www.samajalive.in
Thursday, December 11, 2025
14.1 C
Bhubaneswar

ସିଏସକେକୁ ୪ର୍ଥ ଟାଇଟଲ ଜିତାଇ ପାରିବେ କି ଧୋନି ?

ନୂଆଦିଲ୍ଲୀ : ଆସନ୍ତା ୧୯ରେ ୟୁଏଇର ଆବୁଧାବିରେ ଆଇପିଏଲ୍‍-୧୩ରେ ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ବିପକ୍ଷରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସକେ) ପ୍ରଥମ ମ୍ୟାଚ୍‍ ଖେଳିବ। ପ୍ରଥମଥର ପାଇଁ ଆଇପିଏଲର ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ଭାବେ ସମ୍ବୋଧନ କରାଯିବ। ଗତମାସରେ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ଘୋଷଣା କରିଥିବା ଧୋନି ତାଙ୍କ କ୍ରିକେଟ୍‍ ଜୀବନରେ ଆଉ ଏକ ସାନି ଅଧ୍ୟାୟ ଲେଖିବାକୁ ଯାଉଛନ୍ତି; ବୋଧହୁଏ କ୍ରିକେଟର ଭାବେ ଏହା ତାଙ୍କର ଅନ୍ତିମ ଅଧ୍ୟାୟ ହେବ। ଧୋନିଙ୍କ ଆନ୍ତର୍ଜାତିକ କ୍ରିକେଟ୍‍ ଜୀବନ ନେଇ ଆଉ ଆଲୋଚନା ହେବନାହିଁ କିମ୍ବା ତାଙ୍କର ଫର୍ମକୁ ନେଇ ଆଗ ଭଳି ଚର୍ଚ୍ଚା ହେବନାହିଁ।

ଧୋନିଙ୍କ ଆନ୍ତର୍ଜାତିକ ଅବସର ପରେ ତାଙ୍କର ଆଉ କିଛି ହରାଇବାର ନାହିଁ। ଏହା ଧୋନିଙ୍କୁ କମ୍‍ ଚାପଗ୍ରସ୍ତ କରିବ। ଫଳରେ ଚେନ୍ନଇ ସୁପର କିଙ୍ଗ୍‍ସ ପାଇଁ ଭଲ ପ୍ରଦର୍ଶନ କରିବା ଏବଂ ଏହି ଫ୍ରାଞ୍ଚାଇଜିକୁ ଜିତାଇବା ଧୋନିଙ୍କର ଏକମାତ୍ର ଲକ୍ଷ୍ୟ ରହିବ। ଫଳରେ ୩୯ ବର୍ଷ ବୟସ୍କ ଧୋନି କମ୍‍ ସତର୍କ ଓ ଅଧିକ ସାହସିକ ମନୋଭାବରେ ବ୍ୟାଟିଂ କରିପାରିବେ। ଯଦି ଧୋନି ଏପରି କରିପାରନ୍ତି; ତେବେ ସେ ୧୦ ବର୍ଷ ତଳର ବ୍ୟାଟ୍‍ସମ୍ୟାନ୍‍ ଭାବେ ବ୍ୟାଟିଂ କରିପାରିବେ। ଏହା ସତ ଯେ ଗତବର୍ଷ ଜୁଲାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପ୍‍ ସେମିଫାଇନାଲ ମ୍ୟାଚ୍‍ ପରେ ଧୋନି କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‍ ଖେଳିନାହାନ୍ତି। ହେଲେ ସିଏସ୍‍କେର ନେଟ୍‍ସରେ ଧୋନି ଚମ୍ପିଆନ୍‍ଙ୍କ ପରି ବ୍ୟାଟିଂ କରୁଛନ୍ତି। ଆଇପିଏଲ୍‍ ଇତିହାସରେ ସର୍ବାଧିକ ୧୭୯ଟି ଛକା ମାରିବାର ରେକର୍ଡ ଧୋନିଙ୍କ ନାମରେ ରହିଛି। ଚଳିତ ଆଇପିଏଲ୍‍ ସିଜିନ୍‍ରେ ଧୋନିଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ ସତ; ତାଙ୍କ ନେତୃତ୍ୱ ଉପରେ ଅଧିକ ନଜର ରହିବ। କାରଣ ସିଏସକେର ଦୁଇ ମ୍ୟାଚ୍‍ ବିଜେତା କ୍ରିକେଟର ଚଳିତବର୍ଷ ଓହରି ଯାଇଛନ୍ତି। ସିଏସ୍‍କେ ପାଇଁ ସର୍ବାଧିକ ଏବଂ ଆଇପିଏଲ୍‍ ଇତିହାସରେ ୨ୟ ସର୍ବାଧିକ ରନ୍‍ କରିଥିବା ସୁରେଶ ରୈନା ଓ ଅଭିଜ୍ଞ ଅଫ୍‍ସ୍ପିନର ହରଭଜନ ସିଂହଙ୍କ ଅନୁପସ୍ଥିତିକୁ ଧୋନି କିପରି ପୂରଣ କରୁଛନ୍ତି; ତାହା ମଧ୍ୟ ଦେଖିବାର କଥା। ପୁଣି ସିଏସ୍‍କେ ଦଳରେ ଏକାଧିକ ଅଧିକ ବୟସର ଖେଳାଳି ଥିବାରୁ ସେମାନଙ୍କ ଉପରେ କିପରି କମ୍‍ ଚାପ ପଡ଼ିବ; ତାହା ମଧ୍ୟ ଅଧିନାୟକ ଧୋନିଙ୍କୁ ନିଶ୍ଚିତ କରିବାକୁ ପଡ଼ିବ। ତେବେ ଏହି ଖେଳାଳିଙ୍କ ଅଭିଜ୍ଞତା ଧୋନିଙ୍କ ପାଇଁ ବରଦାନ ପରି ମଧ୍ୟ ହେବ। ସିଏସ୍‍କେର ୧୩ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ଅନ୍ୟ ଦଳଙ୍କ ତୁଳନାରେ ସିଏସକେ କମ୍‍ ଅଭ୍ୟାସ କରିଛି। ଏହା ସିଏସକେକୁ ଚାପରେ ପକାଇପାରେ। ୨୦୧୦, ୨୦୧୧ ଓ ୨୦୧୮ରେ ୩ ଥର ଆଇପିଏଲ୍‍ ଚମ୍ପିଆନ୍‍ ହୋଇଥିବା ସିଏସକେ ଏଥର ୟୁଏଇ ମାଟିରେ ବିଜୟୀ ହୋଇ ୪ର୍ଥ ଟାଇଟଲ ଜିତି ମୁମ୍ବଇ ଇଣ୍ଡିଆନ୍‍ସର ସମକକ୍ଷ ହେବାର ପ୍ରୟାସ ନିଶ୍ଚିତ କରିବ। ଦଳରେ ଅଛନ୍ତି ପ୍ରେରଣାଦାତା ଅଧିନାୟକ ମହେନ୍ଦ୍ର ସିଂହ ଧୋନି; ଯାହାଙ୍କ ନେତୃତ୍ୱରେ ସିଏସକେ ଶହେ ଆଇପିଏଲ୍‍ ମ୍ୟାଚ୍‍ ଜିତିପାରିଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories