www.samajalive.in
Saturday, December 13, 2025
17.1 C
Bhubaneswar

ୟୁଏଇରେ ସ୍ପିନରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ : କୁଲଦୀପ

ଆବୁଧାବି : ଆଇପିଏଲ୍‌ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବାକୁ ଥିବା ବେଳେ ଏଥିରେ ସ୍ପିନରଙ୍କ ପ୍ରାଧାନ୍ୟ ଅଧିକ ରହିବ ବୋଲି ମତ ଦେଇଛନ୍ତି କଲକାତା ନାଇଟ୍ ରାଇଡର୍ସ (କେକେଆର୍‌)ର ସ୍ପିନର କୁଲଦୀପ ଯାଦବ। ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ କୁଲଦୀପ କହିଥିଲେ ୟୁଏଇର ପିଚ୍‌ ଧିମା ରହିବାର ସମ୍ଭାବନା ରହିଛି। ଧିମା ପିଚ୍‌ରେ ସ୍ପିନରଙ୍କ ପ୍ରାଧାନ୍ୟ ଅଧିକ ରହିବ। ତେଣୁ କେକେଆର୍‌ ଦଳକୁ ବିଜୟୀ କରାଇବାରେ ତାଙ୍କ ଉପରେ ଅଧିକ ଚାପ ରହିବା ସ୍ବାଭାବିକ। ତେବେ ଗତ କିଛିବର୍ଷ ହେବ ସେ ବେଶ୍‌ କିଛି ଅଭିଜ୍ଞତା ହାସଲ କରିଥିବାରୁ ଚଳିତ ସଂସ୍କରଣରେ ଚାପକୁ ନିୟନ୍ତ୍ରଣରେ ରଖି ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି।
ଆଇପିଏଲ୍‌ର ଚଳିତ ସଂସ୍କରଣରେ କେକେଆର୍‌ ଦଳ ଚମ୍ପିଆନ୍‌ ହେବାର କେତେ ଆଶା ରହିଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କୁଲଦୀପ କହିଥିଲେ କେକେଆର୍‌ ଦଳର ଭାରସାମ୍ୟ ବେଶ୍ ଭଲ ରହିଛି। ତେଣୁ ଦଳ ଚମ୍ପିଆନ୍‌ ହେବାକୁ ଆଶା ରଖିଛି। କେକେଆର୍‌ ଦଳରେ ଇଅନ୍‌ ମୋର୍ଗାନ୍ ସାମିଲ ହୋଇଥିବାରୁ ଦଳର ଶକ୍ତିବୃଦ୍ଧି ପାଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋର୍ଗାନ୍‌ଙ୍କ ବହୁତ ଅଭିଜ୍ଞତା ରହିଥିବାରୁ ସେ କେକେଆର୍‌ ଦଳର ଅଧିନାୟକ ଦିନେଶ କାର୍ତ୍ତିକଙ୍କୁ ଉପଯୁକ୍ତ ସହାୟତା କରିପାରିବେ। ସେହିପରି ଦଳରେ ଅନ୍ୟତମ ସ୍ପିନର ଭାବେ ସୁନୀଲ ନାରାୟଣ ରହିଥିବାରୁ ଦଳର ସ୍ପିନ୍‌ ବିଭାଗ ବେଶ୍‌ ଶକ୍ତିଶାଳୀ ବୋଲି କୁହାଯାଇ ପାରିବ। ଆଇପିଏଲ୍‌ର ଗତ ସଂସ୍କରଣରେ ସେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ବେଳେ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିବାକୁ କଠୋର ପରିଶ୍ରମ କରିଛନ୍ତି ଏବଂ ତାହାର ସୁଫଳ ନିଶ୍ଚିତ ଭାବେ ମିଳିବ ବୋଲି କୁଲଦୀପ ଆଶାବ୍ୟକ୍ତ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories