www.samajalive.in
Saturday, December 6, 2025
15.1 C
Bhubaneswar

ଧୋନିଙ୍କୁ ଭେଟିଲେ ଅମିତ ଶାହା

ନୂଆଦିଲ୍ଲୀ : ବିଜେପି ସଭାପତି ଅମିତ ଶାହା ରବିବାର ଏଠାରେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ଭେଟିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବର୍ତ୍ତମାନ ‘ସମ୍ପର୍କ ସେ ସମର୍ଥନ ଅଭିଯାନ’ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତୃବୃନ୍ଦ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଏକ ଲକ୍ଷ ସେଲିବ୍ରିଟିଙ୍କୁ ଭେଟି ବିଗତ ଚାରିବର୍ଷ ମଧ୍ୟରେ ଏନଡିଏ ସରକାରଙ୍କ ସଫଳତା ସମ୍ପର୍କରେ ଅବଗତ କରାଇବେ। ଅପରପକ୍ଷରେ ବିଜେପିର ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ କେବଳ ସେଲିବ୍ରିଟିଙ୍କୁ ସାମିଲ କରି ବିଜେପି ସମାଜର ଦରିଦ୍ର ଲୋକଙ୍କୁ ଉପହାସ ଓ ଅବହେଳା କରୁଛି ବୋଲି ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories