www.samajalive.in
Friday, December 12, 2025
14.1 C
Bhubaneswar

୨ଟି ଗୋରୁ ବୋଝେଇ ଗାଡି ଜବତ: ୨୫ ଗୋରୁ ଉଦ୍ଧାର, ୪ ଗିରଫ

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଶଙ୍କରପୁର-ଭାପୁର ରାସ୍ତାରୁ ପୁଲିସ୍ ୨ଟି ଗୋରୁ ବୋଝେଇ ମିନି ଟ୍ରକ୍ ଜବତ କରିଛି। ଜବତ ମିନିଟ୍ରକରେ ୨୫ଟି ଗୋରୁ ଚାଲାଣ ହେଉଥିଲା। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିବା ସହ ୨ଟି ମିନିଟ୍ରକକୁ ଜବତ କରିଛି।

ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ତାଳବରକୋଟରୁ ତିଗିରିଆକୁ ୨ଟି ମିନିଟ୍ରକ୍ ଯୋଗେ ଗୋ ଚାଲାଣ ହେଉଥିବା ଖବର ପାଇ ଭାପୁର ଓ ସଦର ଥାନା ପୁଲିସ୍ କର୍ମଚାରୀ ପିଛା କରି ଶଙ୍କରପୁର ନିକଟରୁ ମିନିଟ୍ରକ୍ ୨ଟିକୁ ଜବତ କରିଛନ୍ତି। ଜବତ ଗାଡିରୁ ୨୫ଟି ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ମୃତ ଗୋରୁ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଭାପୁର ଫାଣ୍ଡି ଅଧିକାରୀ ଏବଂ ପ୍ରାଣୀ ଚିକିତ୍ସକ ଡାକ୍ତର ଲକ୍ଷ୍ମୀ ନନ୍ଦ ପହଞ୍ଚିଛନ୍ତି।

- Advertisement -

ଏହି ଘଟଣାରେ ପୁଲିସ୍ କଟକ ଜିଲା ବଡମ୍ବା ଥାନା ଅନ୍ତର୍ଗତ କୋଟପାଳ ଗ୍ରାମର ସର୍ବାର ଖାଁ, ଉତ୍ତରପ୍ରଦେଶ ଆଗ୍ରା ରାମବାଗ ରୋଡର ଆସିଫ୍ ଖାଁ, ତାଳବରକୋଟର ଫିରୋଜ ଖାନ୍ ଏବଂ ମଥହର ଖାଁକୁ ପୁଲିସ୍ ଗିରଫ କରିଛି । ମୃତ ଗାଈକୁ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ ପ୍ରକାଶ କରିଛି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories