ଶ୍ରାବଣ ଶେଷ ସୋମବାରରେ ଅଲୌକିକ ଘଟଣା: କପିଳାସରୁ ଉଦ୍ଧାର ହେଲା ଅଜଗର

ଢେଙ୍କାନାଳ ସଦର : ଶ୍ରାବଣ ମାସର ଶେଷ ସୋମବାର। ଆଜି ଢେଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି।  ଭୋର ୪ଟା ୧୫ ମିନିଟ ରେ ୮ ଫୁଟ ଲମ୍ବ ର ଏକ  ଅଜଗର ସାପ ଉଦ୍ଧାର ହୋଇଛି।  କପିଳାସ ମନ୍ଦିର ରେ ଥିବା ବୁଢ଼ା ଲିଙ୍ଗ ମନ୍ଦିର ବେଢ଼ାରୁ ଏହି ସାପ କୁ ଢେଙ୍କାନାଳ ଜିଲ୍ଲା ବନ୍ୟଜନ୍ତୁ ଓ ସାପ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛି ।  ସାପ ଟି ମନ୍ଦିର ବେଢ଼ା ରେ ଶୋଇଥିବାର ଜଣେ କାଉଡିଆ ଭକ୍ତ ଦେଖିଥିଲେ । ପରେ ପୁଲିସ ଏବଂ ମନ୍ଦିର ସେବାୟତମାନେ ସାପ ଉଦ୍ଧାରକାରୀ ମାନଙ୍କୁ ଖବର ଦେଇଥିଲେ। ଉଦ୍ଧାରକାରୀ ସଦସ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି କପିଳାସ ବନବିଭାଗ କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ସାପ ଟିକୁ ଜଙ୍ଗଲରେ ଛାଡ଼ିଦେଇ ଥିବା ଉଦ୍ଧାର କାରି ଦଳ ର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା ପ୍ରକାଶ କରିଛନ୍ତି ।

Comments are closed.