www.samajalive.in
Saturday, December 6, 2025
14.1 C
Bhubaneswar

ଓଡିଆ ସମାଜର ୩୦୦ରୁ ଅଧିକ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ବର୍ତ୍ତମାନ ଲକଡାଉନ ସମୟରେ ଓଡିଆ ସମାଜ ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ, ସୁରକ୍ଷା ତଥା ସଚେତନତା କରିବାର ଦାୟିତ୍ୱ ନେଉ ବୋଲି ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଦେଶ ବିଦେଶରେ ରହିଥିବା ବିଭିନ୍ନ ଓଡିଆ ସମାଜର ପ୍ରାୟ ୩୦୦ରୁ ଅଧିକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ଅବସରରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଲକଡାଉନ ପରେ ବାହାର ରାଜ୍ୟରେ ରହୁଥବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ମଧ୍ୟ ଜାର ରହିଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଆଲୋଚନାରେ ଦେଶର ବିଭିନ୍ନ ସ୍ଥାନ ଯଥା ବେଙ୍ଗାଲୁରୁ, ମୁମ୍ବାଇ, ଅହମଦବାଦ, ଦିଲ୍ଲୀ, ପୁଣେ ସମେତ ବିଦେଶରେ ରହୁଥିବା ଓଡିଆ ସମାଜର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ଲକଡାଉନ ପରେ ବାହାର ରାଜ୍ୟର ଓଡିଆଙ୍କୁ ଫେରାଇ ଆଣିବା ପାଇଁ ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲରେ ପଞ୍ଜିକରଣର ବ୍ୟବସ୍ଥା କରିଛନ୍ତି। ତେଣୁ ଲକଡାଉନ ପରେ ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ପଞ୍ଜିକରଣ ନିମନ୍ତେ ସଚେତନତା କରିବା ଦିଗରେ ଓଡିଆ ସମାଜ କାମ କରୁ ବୋଲି ସେ କହିଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ରାଜ୍ୟ ସରକାର ଦୃଢତାର ସହ ଏହାକୁ ମୁକାବିଲା କରୁଛନ୍ତି। ଜଣେ ବି ଗରିବ ଲୋକ ଭୋକରେ ନରହୁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକାନ୍ତ ଇଚ୍ଛା। ଏହି ପରିପ୍ରେକ୍ଷୀରେ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବାରେ ଓଡିଆ ସମାଜ ମଧ୍ୟ ଏହାର ଦାୟିତ୍ୱ ନେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଓ ଅଭିନବ ପଦକ୍ଷେପ ପ୍ରଶଂସନୀୟ। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ କରୋନା ମୃତକଙ୍କ ସଂଖ୍ୟା ଅଧିକ। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଫଳରେ ଭାରତରେ କରୋନାର ପ୍ରଭାବ ହ୍ରାସ ପାଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ କରୋନା ମହାମାରୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ଏହାର ପ୍ରଭାବ ଆଗାମୀ ଦିନରେ ମଧ୍ୟ ରହିବ। ତେବେ ସମସ୍ତଙ୍କ ସହଯୋଗରେ ହିଁ ଏହି ଆହ୍ଵାନକୁ ସାମ୍ନା କରିବାର ଆବଶ୍ୟକତା ରହିଛି। ଭାରତ ତଥା ଓଡିଶା କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ନିୟମକୁ ଆମକୁ ଧୈର୍ଯ୍ୟ ଓ ଅନୁଶାସନ ସହ ପାଳନ କରିବାକୁ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ କରୋନା ମୁକାବିଲାରେ ଆମେ ନିଶ୍ଚିତ ବିଜୟ ପ୍ରାପ୍ତ କରିପାରିବା ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡିଆ ସମାଜର ପ୍ରତିନିଧିମାନଙ୍କୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ସହ ଘରେ ମାସ୍କ ପିନ୍ଧିବା, ହାତକୁ ନିୟମିତ ବ୍ୟବଧାନରେ ସଫା ରଖିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଏବଂ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories