www.samajalive.in
Saturday, December 6, 2025
26.1 C
Bhubaneswar

ଲକଡାଉନରେ ଦିନ ମଜୁରିଆଙ୍କ ମୁହଁରେ ହସ ଫୁଟାଇଲା କେନ୍ଦ୍ର ସରକାରଙ୍କ ଏହି ଯୋଜନା

କୋଭିଡ-୧୯ ମହାମାରୀ ସଂକ୍ରମଣ କାରଣରୁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏସ)ରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ଯୋଜନାରେ ଶ୍ରମିକମାନଙ୍କର ଦୈନିକ ମଜୁରି ୨୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

ଇତିମଧ୍ୟରେ ବିଭିନ୍ନ ଗ୍ରାମାଂଚଳରେ ଏମଜିଏନଆରଇଜିଏସ ଯୋଜନା ଅଧୀନରେ କାମ ଆରମ୍ଭ ହୋଇଯାଇଛି । ଏହି ଯୋଜନାରେ ଓଡ଼ିଶାର ୬୧ ଲକ୍ଷ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଏହି ଯୋଜନାରେ ଦୈନିକ ୧୮୨ ଟଙ୍କା ମଜୁରି ମିଳୁଥିବା ବେଳେ ଏବେ ଶ୍ରମିକମାନେ ଦୈନିକ ୨୦୨ ଟଙ୍କା ପାରିଶ୍ରମିକ ପାଇବେ । ଦୈନିକ ୨୦ ଟଙ୍କା ଲେଖାଏଁ ହିସାବକୁ ନେଲେ ପ୍ରତ୍ୟେକ ଶ୍ରମିକ ୧୦୦ ଦିନର କାମ ପାଇଁ ଅତିରିକ୍ତ ୨ ହଜାର ଟଙ୍କାର ଲାଭ ପାଇପାରିବେ । ଏମଜିଏନଆରଇଜିଏସ ଯୋଜନାରେ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଲକଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଏହି ଯୋଜନାରେ କାମ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି ।

- Advertisement -

ଏମଜିଏନଆରଇଜିଏସ ଯୋଜନାରେ କାମ ପାଇଥିବା ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡିର ଦିନ ମଜୁରିଆ ମଧୁ ଗୌଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକଡାଉନ ସମୟରେ ପଞ୍ଚାୟତ ଜରିଆରେ ତାଙ୍କୁ କାମ ଯୋଗାଇ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହାଛଡ଼ା ପୂର୍ବାପେକ୍ଷା ଅଧିକ ମଜୁରି ଯୋଗାଇ ଦେଉଥିବାରୁ ସେ ମୋଦୀ ସରକାରଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଏହି ଅଂଚଳର ଅନ୍ୟ ଜଣେ ଦିନ ମଜୁରିଆ ଦାମୁ ଗୌଡ଼ ଜବ କାର୍ଡରେ କାମ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଲକଡାଉନ ସମୟରେ କାମ ବନ୍ଦ ଥିଲା । ଏବେ କାମ ଆରମ୍ଭ ହୋଇଛି । ଆଗ ଅପେକ୍ଷା ଏବେ ଅଧିକ ଟଙ୍କା ମିଳିବ, ସେଥିପାଇଁ ବେଶୀ ଖୁସି ଲାଗୁଛି । ମୋଦୀ ସରକାରଙ୍କୁ ସେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏମଜିଏନଆରଇଜିଏସ ଯୋଜନାରେ ମାଟି ପକାଇବା କାମରେ ନିୟୋଜିତ ଶ୍ରମିକ ଜଗନ୍ନାଥ ମଧ୍ୟ ଗାଁ ପାଖରେ କାମ ପାଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଏଥର ଅଧିକ ମଜୁରି ମିଳିବ । ତେଣୁ ଅଧିକ ଖୁସି ଲାଗୁଛି । ଏପରି ସହାୟତା ପାଇଁ ସେ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ଜାରି ହୋଇଥିବା ସମୟରେ ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜରେ ଏମଜିଏନଆରଇଜିଏସ ଯୋଜନା ଅନ୍ତର୍ଗତ ଦୈନିକ ମଜୁରି ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯିବାକୁ ଘୋଷଣା କରାଯାଇଥିଲା । ଏପ୍ରିଲ ପହିଲାଠାରୁ ବର୍ଦ୍ଧିତ ମଜୁରି ଲାଗୁ ହୋଇସାରିଛି । ଏଥିଯୋଗୁ ଦେଶର ୧୩.୬୨ କୋଟି ଶ୍ରମିକ ଉପକୃତ ହୋଇପାରିବେ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories