www.samajalive.in
Monday, December 15, 2025
26.1 C
Bhubaneswar

କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କରିବେ। ଏଥିରେ ଯୋଗ ଦେବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ରଦ୍ୱାରା ସୂଚନା ଦିଆଯାଇଥିବା ଜଣାଯାଇଛି। ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଯୋଗଦେଇ ସମୀକ୍ଷାରେ ଭାଗ ନେବାପାଇଁ ଅନୁରୋଧ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ଯେ ଭାରତ ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ବିପୁଳ ପୁଞ୍ଜିନିବେଶ ଯୋଜନା ରାଜ୍ୟ ସରକାରଙ୍କ ସହଯୋଗ ଅଭାବରୁ କାର୍ଯ୍ୟକାରୀ ହୋଇପାରୁ ନାହିଁ। ପୂର୍ବରୁ ଦିଘାରୁ ଗୋପାଳପୁର ୪୧୫ କିଲୋମିଟର କୋଷ୍ଟାଲ୍‍ ହାଇୱେ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟ ସରକାରଙ୍କ ଅସହଯୋଗରୁ କାର୍ଯ୍ୟକାରୀ ହୋଇପାରୁ ନ ଥିବା ବି.ଜେ.ପି. ପକ୍ଷରୁ ଅଭିଯୋଗ କରାଯାଇଥିଲା। କେନ୍ଦ୍ର ତୈଳ ମନ୍ତ୍ରଣାଳୟର ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଷ୍ଟ୍ରାଟେଜିକ୍‍ ଅଶୋଧିତ ତୈଳ ଭଣ୍ଡାର, ଏନ୍‍.ଟି.ପି.ସି.ର ତାଳଚେର ବୃହତ୍‍ ବିଦ୍ୟୁତ୍‍ ଉତ୍ପାଦନ କେନ୍ଦ୍ର ସମେତ ଅନେକ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ସରକାରଙ୍କ ବିପୁଳ ଅର୍ଥ ବ୍ୟୟ ବରାଦ ସତ୍ତ୍ବେ ଏହା କାର୍ୟ୍ୟକାରୀ ହୋଇପାରୁ ନ ଥିବା ବି.ଜେ.ପି. ଅଭିଯୋଗ କରିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories