ଡେସ୍କ: ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର। ଆଜି ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ଜୀବନବ୍ୟାପି ସାଧନା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯିବ। ଏଥି ସହିତ ୫ ଜଣ ଶିଳ୍ପୀଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯିବାକୁ ମଧ୍ୟ ଘୋଷଣା କରାଯାଇଛି। ସେହି ଚିତ୍ରଶିଳ୍ପୀ ହେଉଛନ୍ତି ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା ଓ ଦେବେନ୍ଦ୍ର ମିଶ୍ର। ଧର୍ମପଦ ପୁରସ୍କାର ବାବଦକୁ ୫ ଲକ୍ଷ ଓ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଜଣାପଡିଛି।
Popular Categories



