www.samajalive.in
Saturday, December 13, 2025
26.1 C
Bhubaneswar

ବେଦାନ୍ତ ଲିମିଟେଡ଼ ପକ୍ଷରୁ କ୍ରୀଡ଼ା ପ୍ରତିଭା ଲାଲୁପ୍ରସାଦ ଭୋଇଙ୍କ ପରିବାରକୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ: କେବଳ ଲାଞ୍ଜିଗଡ଼ ନୁହେଁ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାର ଗର୍ବ ଓ ଗୌରବ କ୍ରୀଡ଼ାପ୍ରତିଭା ଲାଲୁପ୍ରସାଦ ଭୋଇଙ୍କ ପରିବାରବର୍ଗଙ୍କୁ ଆଜି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବେଦାନ୍ତ ଲିମିଟେଡ ବାହ୍ୟ ସଂପର୍କ ବିଭାଗ ମୁଖ୍ୟ ନବଲ କିଶୋର ଶର୍ମାଙ୍କ ନେତୃତ୍ୱରେ ଶ୍ରୀମୁଖ ଅଗସ୍ତି, ଭଗବାନ ହୋତା, ପୂର୍ବତନ ସରପଞ୍ଚ ମଣି ମାଝୀ ପ୍ରମୁଖ ଆଶ୍ରମପଡାସ୍ଥିତ ଘରେ ପହଞ୍ଚି ତାଙ୍କ ବାପା କାର୍ତ୍ତିକ ଭୋଇ, ମାଆ ଗୋଲାପୀ ଭୋଇ, ବଡଭାଇ ବିଜୟ ଭୋଇ, ବଡଭଉଣୀ ମାଧୁରୀ ଭୋଇ, ସାନଭଉଣୀ କବିତା ଭୋଇଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲାଲୁଙ୍କ ସଫଳତାକୁ ନେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହାସହିତ ଆଗାମୀ ଦିନରେ ଲାଲୁଙ୍କୁ ବେଦାନ୍ତ ତରଫରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଶର୍ମା ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଅତି ଗରିବ ପରିବାରର ଲାଲୁ ନିଜର ବିଚକ୍ଷଣ କ୍ରୀଡ଼ା ପ୍ରତିଭା ଯୋଗୁଁ ଆସନ୍ତା ଅଗଷ୍ଟ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର କଲମ୍ବିଆଠାରେ ହେବାକୁ ଥିବା ୨୦ ବର୍ଷ ବୟସରୁ କମ୍ ବର୍ଗର ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟତା ହାସଲ କରିଛନ୍ତି । ପରିବାରରେ ବାପା କାର୍ତ୍ତିକ ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ମାଆ ସ୍ଥାନୀୟ ଏସ୍‌ଏସ୍‌ଡି ସ୍କୁଲରେ ଜଣେ ରୋଷେୟା ଭାବେ କାର୍ଯ୍ୟ କରନ୍ତି । ତେବେ ଅଞ୍ଚଳରେ ବିନା କୌଣସି ପ୍ରେରଣା ଓ ଭିତ୍ତିଭୂମିରେ ଲାଲୁ ନିଜସ୍ୱ ପ୍ରଚେଷ୍ଟା ବଳରେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଭୁବନେଶ୍ୱରସ୍ଥିତ କିସ୍ ଅନୁଷ୍ଠାନରେ ପାଠପଢିବା ସହିତ କିସ୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ସହାୟତାରେ ଅଭ୍ୟାସ କରି ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟତା ହାସଲ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories