www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ କିଭଳି ବାସ୍ତୁ ଦୋଷକୁ ଦୂର କରନ୍ତି ଗୋମାତା

ହିନ୍ଦୁ ଧର୍ମରେ ଗାଈର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ପୁରାଣ ଅନୁଯାୟୀ ଗାଈଙ୍କ ମଧ୍ୟରେ ସମସ୍ତ ଦେବାଦେବୀଙ୍କ ବାସ ରହିଛି। ହିନ୍ଦୁ ମାନଙ୍କ ପାଇଁ ଗୋମାତା ସବୁଠାରୁ ପବିତ୍ର ଅଟନ୍ତି। ମାନ୍ୟତା ରହିଛି ଯେଉଁ ସ୍ଥାନରେ ଗାଈ ଠିଆ ହୋଇ ଆନନ୍ଦର ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ସେହି ସ୍ଥାନର ବାସ୍ତୁ ଦୋଷ ସଂପୂର୍ଣ୍ଣ ଦୂର ହୋଇଯାଏ। ଜାଣନ୍ତୁ କିଭଳି ବାସ୍ତୁ ଦୋଷ ଦୂର କରନ୍ତି ଗାଈ …….

ପୁରାଣରେ ରହିଛି ଯେ ଗାଈଙ୍କ ବେକରେ ଘଣ୍ଟି ବାନ୍ଧିବା ଉଚିତ। ଏହି ଘଣ୍ଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ।

- Advertisement -

ଗାଈ ପାଦରେ ଥିବା ଖୁରାରେ ନାଗ ଦେବତା ବାସ କରୁଥିବାର କୁହାଯାଏ। ତେଣୁ ଯେଉଁ ସ୍ଥାନରେ ସେ ବିଚରଣ କରନ୍ତି, ସେହି ସ୍ଥାନ ମାନଙ୍କୁ ସର୍ପ, ବିଛା ଆଦି ପ୍ରବେଶ କରନ୍ତି ନାହିଁ।

ବେଦ ପୁରାଣ ଅନୁଯାୟୀ ଯେଉଁମାନେ ଗାଈଙ୍କର ସେବା କରନ୍ତି, ସୋନଙ୍କର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।

ଗାଈଙ୍କର ଗୋଟିଏ ଆଖିରେ ସୂର୍ଯ୍ୟ ଓ ଅନ୍ୟଟିରେ ଚନ୍ଦ୍ରମାଙ୍କର ବାସ ହୋଇଥାଏ ବୋଲି କୁହାଯାଏ।
ଗାଈଙ୍କ କ୍ଷୀରରେ ରୋଗପ୍ରତିରୋଧକ ଶକ୍ତି ଥାଏ। ତେଣୁ ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ।

ବେଦ ଶାସ୍ତ୍ର ଅନୁଯାୟୀ ଗାଈଙ୍କ ପୁଛରେ ହନୁମାନଙ୍କ ବାସ ହୋଇଥାଏ। ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଏହାର ମଧ୍ୟ ବ୍ୟବହାର ହୋଇଥାଏ।

ଗୋଟିଏ ଗାଈକୁ ଚାରା ଖୁଆଇଲେ ୩୩ କୋଟି ଦେବତାଙ୍କ ନିକଟରେ ଭୋଗ ଲାଗିବା ସହ ଏହା ସମାନ ବୋଲି ଶାସ୍ତ୍ରରେ କୁହାଯାଇଛି।
ଗାଈ ଠାରୁ ମିଳୁଥିବା କ୍ଷୀର, ଦହି ,ଛେନା , ଗୋ ମୂତ୍ର, ଗୋବର ଆଦି ଅନେକ ରୋଗର ଔଷଧ ଅଟେ।

କଳା ଗାଈଙ୍କୁ ପୂଜା କଲେ ନବଗ୍ରହ ଶାନ୍ତ ରହିଥାଆନ୍ତି। ଯେ କେହି ଶ୍ରଦ୍ଧା ପୂର୍ବକ ପୂଜା କଲେ ସେମାନଙ୍କର ଗ୍ରହ ଦୋଷ ଦୂର ହେବା ସହ ଶତ୍ରୁ ଭୟ ମଧ୍ୟ ରହେ ନାହିଁ।

କୌଣସି କାର୍ଯ୍ୟରେ ଯଦି ବାଧା ଥାଏ,ତେବେ ତାହାକୁ ଗାଈଙ୍କ କାନରେ କହିଲେ ସେହି କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି ମଧ୍ୟ କୁହାଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories