www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ ପ୍ରଭୁ ବିଷ୍ଣୁଙ୍କୁ ହରି ଓ ନାରାୟଣ ନାମରେ ସ୍ମରଣ କରିବାର କାରଣ

ଶାସ୍ତ୍ରରେ ଭଗବାନଙ୍କର ବିଭିନ୍ନ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ବିଷ୍ଣୁଙ୍କୁ ଆମେ ନାରାୟଣ ଓ ହରି ଏହି ନାମରେ ସମ୍ବୋଧନ କରିଥାଉ। ତେବେ ଆମେ ଏହି ନାମରେ ତାଙ୍କୁ ସ୍ମରଣ ଓ ପ୍ରାର୍ଥନା କରିବାର କାରଣ ସମ୍ପର୍କରେ ହୁଏତ ସଭିଏଁ ଜାଣିନଥିବେ। ପ୍ରତ୍ୟେକ ରୂପରେ ପ୍ରଭୁ ତାଙ୍କ ଭକ୍ତଙ୍କ ଉପରେ କରୁଣା ଓ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି।
ସୃଷ୍ଟି ପାଇଁ ମୌଳିକ ଉପାଦାନ ହେଉଛି ଜଳ। ଯାହା ଭଗବାନଙ୍କ ପାଦର ନଖରୁ ଜାତ ହୋଇଛି। ପାଣିକୁ ନିର ବୋଲି କୁହାଯାଏ। ଭଗବାନ ବିଷ୍ଣୁ ମଧ୍ୟ ଜଳରେ ଅବସ୍ଥାନ କରିଥାଆନ୍ତି। ତେଣୁ ନର ଶବ୍ଦରୁ ପ୍ରଭୁଙ୍କୁ ନାରାୟଣ ବୋଲି କୁହାଯାଏ।
ସେଭଳି ପ୍ରଭୁଙ୍କୁ ହରି ବୋଲି ସମ୍ବୋଧନ କରିବାର କାରଣ ହେଉଛି, ହରି ଶବ୍ଦଟି ହର ଶବ୍ଦରୁ ସୃଷ୍ଟି ହୋଇଛି। ଆମ ଜୀବନରେ ଆସୁଥିବା ସମସ୍ତ ସମସ୍ୟା, ଦୁଃଖ ଓ ପାପକୁ ଭଗବାନ ହରଣ କରିଥାଆନ୍ତି। ତେଣୁ ପ୍ରଭୁଙ୍କୁ ହରି ନାମରେ ସ୍ମରଣ କରାଯାଏ।
ପ୍ରଭୁ ବିଷ୍ଣୁଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ….
ପ୍ରତ୍ୟେକ ଗୁରୁବାର ଦିନ ପ୍ରାତଃ ସମୟରେ ସ୍ନାନ କରି ହଳଦି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ପ୍ରଭୁଙ୍କ ନିକଟରେ ଘିଅ ଦୀପ ଲଗାନ୍ତୁ। ହଳଦି ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ। ତାଙ୍କ ନାମ ଉଚ୍ଚାରଣ କରି ପ୍ରାର୍ଥନା କରନ୍ତୁ। ନିଜ ସାମର୍ଥ୍ୟ ଅନୁଯାୟୀ ହଳଦି ରଙ୍ଗର ଭୋଗ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories