www.samajalive.in
Saturday, December 6, 2025
15.1 C
Bhubaneswar

ଶବ ଯାତ୍ରା ବେଳେ ‘ରାମ ନାମ ସତ୍ୟ ହେ’ କହିବାର ତାତ୍ପର୍ଯ୍ୟ

ପ୍ରାଚୀନ କାଳରୁ ଆମେ ଦେଖୁଛୁ ଓ ଶୁଣୁଛୁ ଯେ, ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ତାଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ‘ରାମ ନାମ ସତ୍ୟ ହେ’ କହି ନେଇ ଥାଆନ୍ତି। ଏପରି କହିବାର କିଛି ଉଦ୍ଦେଶ୍ୟ ରହିଛି। ହିନ୍ଦୁ ଧର୍ମରେ ଥିବା ସମସ୍ତ ପରମ୍ପରାର ବିଶେଷ ଭାବେ ଅର୍ଥ ରହିଥାଏ। ତାହାକୁ ମାନି ଚଳିବା ଉଚିତ। ତେବେ ଆସନ୍ତୁ ଜାଣିବା, ବ୍ୟକ୍ତିଙ୍କ ମୃତଦେହ ଶ୍ମଶାନକୁ ନେବା ସମୟରେ କାହିଁକି ‘ରାମ ନାମ ସତ୍ୟ ହେ’ କୁହାଯାଇଥାଏ।

ରାମ ନାମ ସତ୍ୟ ହେ କହିବାର ସମ୍ବନ୍ଧ ମହାଭାରତର ଧର୍ମରାଜା ଯୁଧିଷ୍ଠିରଙ୍କ ସହ ରହିଛି। ଏହାର ଅର୍ଥକୁ ନେଇ ଏକ ଶ୍ଲୋକ ରହିଛି। ସେହି ଶ୍ଲୋକ ଅନୁଯାୟୀ, ବ୍ୟକ୍ତିଙ୍କ ମୃତଦେହ ଶ୍ମଶାନକୁ ନେବା ବେଳେ ରାମ ନାମ କହୁଥିବା ବେଳେ ଘରକୁ ଆସି ତାହାକୁ ସମସ୍ତେ ଭୁଲି ଯାଆନ୍ତି। ଏହାସହ ସାଂସାରିକ ମୋହରେ ଲୀନ ହୋଇଯାଆନ୍ତି। ଅନେକ ବ୍ୟକ୍ତି ମୃତକଙ୍କ ମୃତ୍ୟୁ ପରେ ଲୋଭର ବଶବର୍ତ୍ତୀ ହୋଇ ଧନ-ସମ୍ପଦ ସମ୍ଭାଳିବା ଚିନ୍ତାରେ ଲାଗି ଯାଆନ୍ତି।

- Advertisement -

ଶାସ୍ତ୍ର ଅନୁଯାୟୀ, ‘ରାମ ନାମ ସତ୍ୟ ହେ’ କେବଳ ମୃତ ବ୍ୟକ୍ତିଙ୍କୁ ଶୁଣାଇବା ପାଇଁ କୁହାଯାଏ ନାହିଁ। ତାଙ୍କ ମୃତ୍ୟୁରେ ଦୁଃଖିତ ଥିବା ବନ୍ଧୁ ଓ ପରିଜନଙ୍କୁ ରାମଙ୍କ ନାମ ସତ୍ୟ ବୋଲି ଜଣାଇବାକୁ ଏପରି କୁହାଯାଇଥାଏ। ତେଣୁ ମନୁଷ୍ୟ ରାମଙ୍କ ନାମ ମୁହଁରେ ଧରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ଅନ୍ୟ ବ୍ୟକ୍ତିଙ୍କୁ ସମସ୍ତ ମୋହ, ମାୟାରୁ ଦୂରେଇ ରହିବା ପାଇଁ ମୃତକଙ୍କ ପଛେ ପଛେ ଏହି ଶିକ୍ଷା ଦିଆଯାଏ।

ପୃଥିବୀରେ ଜନ୍ମ ନେଇଥିବା ବ୍ୟକ୍ତି ଦିନେ ନା ଦିନେ ମୃତ୍ୟୁବରଣ କରିବ ତାହା ସୁନିଶ୍ଚିନ୍ତ। ତେଣୁ କେବେ ବି କୌଣସି ମୋହ, ମାୟା ଓ ଲୋଭରେ ନ ପଡି ଉଚିତ ଭାବେ କାର୍ଯ୍ୟ କରନ୍ତୁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories