www.samajalive.in
Saturday, December 6, 2025
15.1 C
Bhubaneswar

ବୈଶାଖ ମାସର ମହତ୍ତ୍ୱ

ସାଧାରଣ ଭାବେ ବୈଶାଖ ମାସ ଏପ୍ରିଲ ମାସରେ ଆରମ୍ଭ ହୋଇଥାଏ। ବିଶାଖା ନକ୍ଷତ୍ର ସହ ସମ୍ବନ୍ଧ ଥିବାରୁ ଏହାର ନାମ ବୈଶାଖ ହୋଇଛି। ଏହି ମାସରେ ଧନ ଓ ପୁଣ୍ୟ ପ୍ରାପ୍ତିର ବହୁ ସୁଯୋଗ ଆସିଥାଏ। ମୁଖ୍ୟ ଭାବେ ଏହି ମାସରେ ଭଗବାନ ବିଷ୍ଣୁ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ବର୍ଷକୁ କେବଳ ଥରେ ଶ୍ରୀ କୃଷ୍ଣଙ୍କର ଚରଣ ଦର୍ଶନ ଏହି ମାସରେ କରାଯାଏ। ବୈଶାଖ ମାସରେ ଗଙ୍ଗା ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ମଙ୍ଗଳ କାର୍ଯ୍ୟ ମଧ୍ୟ ଏହି ମାସରେ କରାଯାଏ।
ବୈଶାଖ ମାସରେ ଦାନର ମହତ୍ତ୍ୱ –
ବୈଶାଖ ମାସକୁ ପୁଣ୍ୟଫଳ ପ୍ରାପ୍ତିର ମାସ ବୋଲି କୁହାଯାଏ।
ଏହି ମାସରେ ଦାନ କଲେ ଧନର ଅଭାବ ଥିଲେ ତାହା ଦୂର ହୋଇଥାଏ ବୋଲି କୁହାଯାଏ।
ଏହି ମାସରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।
ଏହି ମାସରେ ଶୁକ୍ଳପକ୍ଷ ଦଶମୀକୁ ଗଙ୍ଗାଙ୍କ ଉପାସନା କରାଯାଏ।
ଏହି ମାସରେ ଧନ ଓ ସମ୍ପତ୍ତି ପ୍ରାପ୍ତିର ମହାପର୍ବ ଅକ୍ଷୟ ତୃତୀୟା ପଡ଼ିଥାଏ।
ଏହି ମାସରେ ମୋହିନୀ ଏକାଦଶୀ ପଡ଼ିଥାଏ , ଯେଉଁଥିରେ ଶ୍ରୀ ହରିଙ୍କର ବିଶେଷ କୃପା ମିଳିଥାଏ।
ଏହି ମାସରେ ଖରାର ପ୍ରଭାବ ମଧ୍ୟ ଅଧିକ ହୋଇଥାଏ।
ଏହି ମାସରେ ଫଳ ଓ ପାଣିର ଅଧିକ ସେବନ କରିବା ଉଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories