www.samajalive.in
Saturday, December 6, 2025
26.1 C
Bhubaneswar

ଭଗବାନ ଗଣେଶଙ୍କ ‘ଏକଦନ୍ତ’ ନାମର ପୌରାଣିକ କଥା

ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ କୁହାଯାଇଛି। ତେଣୁ ଯେକୌଣସି କାର୍ଯ୍ୟ ହେଉ ନା କାହିଁକି ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ପୂଜାପାଠ କରି ପ୍ରଭୁ ଗଣେଶଙ୍କ ଆବାହନ କରାଯାଇଥାଏ। ଭଗବାନ ଗଣେଶଙ୍କୁ ଭକ୍ତମାନେ ଏକଦନ୍ତ, ବିଘ୍ନହର୍ତ୍ତା, ଲମ୍ବୋଦର କହିଥାଆନ୍ତି।

ପର୍ଶୁରାମ ହେଉଛନ୍ତି ଭଗବାନ ଶିବଙ୍କର ପରମ ଭକ୍ତ। ସେ ଅତ୍ୟନ୍ତ ପରାକ୍ରମଶାଳୀ ଅଟନ୍ତି। ପର୍ଶୁରାମଙ୍କ ନାମର ଅର୍ଥ ହେଉଛି ପର୍ଶୁ ଅର୍ଥାତ ପରାକ୍ରମ ଓ ରାମ ଅର୍ଥାତ ସତ୍ୟ ଓ ସନାତନର ପର୍ଯ୍ୟାୟ।

- Advertisement -

ପୁରାଣ ଅନୁଯାୟୀ, ଥରେ ଭଗବାନ ଗଣେଶ ଓ ପର୍ଶୁରାମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ପୌରାଣିକ କଥାନୁଯାୟୀ, ଥରେ ପର୍ଶୁରାମ ଭଗବାନ ଶିବଙ୍କର ଦର୍ଶନ କରିବାକୁ କୈଳାଶକୁ ଯାତ୍ରା କଲେ। ସେହି ସମୟରେ ଭଗବାନ ଶିବ ମା’ ପାର୍ବତୀଙ୍କୁ ରାମ କଥା ଶୁଣାଇବାରେ ବ୍ୟସ୍ତ ଥିଲେ। କଥା ଶୁଣିବାରେ କେହି ବାଧା ସୃଷ୍ଟି ନ କରାଇବା ପାଇଁ ଭଗବାନ ଶିବ ନିଜର ତ୍ରିଶୂଳ ଧରାଇ ଗଣେଶଙ୍କୁ କବାଟ ନିକଟରେ ଛିଡା କରାଇଦେଲେ। ଏହାସହ ଭଗବାନ ଶିବ ପ୍ରଭୁ ଗଣେଶଙ୍କୁ ଆଦେଶ ଦେ​‌ଲେ ଯେ, କାହାକୁ ଭିତରକୁ ଆସିବାକୁ ଦେବ ନାହିଁ।

ପର୍ଶୁରାମ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ସିଧାସଳଖ କୈଳାସ ଦ୍ବାରରେ ପ୍ରବେଶ କଲେ। ଦ୍ବାର ନିକଟରେ ତାଙ୍କର ନନ୍ଦି, ଶୃଙ୍ଗ ଓ ଅନେକ ଶିବ ଭକ୍ତଙ୍କ ସହ ଭେଟ ହେଲା। ପର୍ଶୁରାମ ଭଗବାନଙ୍କୁ ଦର୍ଶନ କରିବାକୁ ଶିବଭକ୍ତମାନଙ୍କୁ ତାଙ୍କ ବିଷୟରେ ପଚାରିଲେ। କିନ୍ତୁ ଏ ସମ୍ପର୍କରେ ଶିବଭକ୍ତ ଜାଣି ନାହାନ୍ତି ବୋଲି କହିଲେ। ଏକଥା ଶୁଣି ପର୍ଶୁରାମ ରାଗି ଯାଇ ସେମାନଙ୍କୁ କହିଲେ ଯେ, ତୁମର ଆରାଧ୍ୟ ଦେବ କେଉଁଠାରେ ଅଛନ୍ତି ତାହା ତୁମକୁ ଜଣା ନାହିଁ। ଏପରି କ୍ଷେତ୍ରରେ ତୁମେମାନେ ଶିବଭକ୍ତ କହିବାର ଉପଯୋଗ୍ୟ ନୁହେଁ।

ଏହାପରେ ଭଗବାନଙ୍କୁ ଖୋଜିବା ପାଇଁ ପର୍ଶୁରାମ କୈଳାସ ପଥରେ ପ୍ରବେଶ କଲେ। ଖୋଜିବା ପରେ ମଧ୍ୟ ଭଗବାନ ତାଙ୍କୁ ମିଳିଲେ ନାହିଁ। ଶେଷରେ ତାଙ୍କୁ ଏକ ଗୃହ ଦେଖାଗଲା। ଯେଉଁ ଠାରେ ଏକ ଛୋଟ ବାଳକ ପହରା ଦେଉଥିଲା। ପର୍ଶୁରାମ ସେହି ଘର ନିକଟରେ ପହଞ୍ଚି ଭିତରକୁ ଯିବାକୁ ଉଦ୍ୟମ କଲେ। କିନ୍ତୁ ବାଳକଟି ତାଙ୍କୁ ଅଟକାଇ ଦେଲା। ଏହାପରେ ପର୍ଶୁରାମ ବାଳକକୁ କହିଲେ ତୁମେ କିଏ ଯିଏ ମୋତେ ଅଟକାଇବାକୁ ଉଦ୍ୟମ କରୁଛ। ଏହାପରେ ବାଳକ ଗଣେଶ କହିଲେ ଯେ, ଆପଣ କିଏ ଯିଏ ଏପରି ବିନା ଅନୁମତିରେ ଏହି ଗୃହ ମଧ୍ୟକୁ ପ୍ରବେଶ କରୁଛନ୍ତି।

ଏହାପରେ ସେଠାରେ ନନ୍ଦି ଓ ଅନ୍ୟ ଶିବଭକ୍ତ ଆସି ପର୍ଶୁରାମଙ୍କୁ କହିଲେ ଯେ, ଇଏ ହେଉଛନ୍ତି ମାତା ପାର୍ବତୀଙ୍କ ପୁତ୍ର ଗଣେଶ। ଏହାପରେ ଗଣେଶଙ୍କୁ କହିଲେ ଯେ, ଇଏ ହେଉଛନ୍ତି ଭଗବାନ ଶିବଙ୍କର ପରମ ଭକ୍ତ ପର୍ଶୁରାମ। ଏହାପରେ ପର୍ଶୁରାମ କହିଲେ ଯେ, ଏ ବିଚିତ୍ର ବାଳକ ଯାହା ମୁହଁ ହାତୀ ଓ ଶରୀର ମନୁଷ୍ୟ ପରି ଇଏ କିପରି ମାତା ପାର୍ବତୀଙ୍କ ପୁତ୍ର ହୋଇପାରିବେ। ଏକଥା ଶୁଣି ଗଣେଶ ପର୍ଶୁରାମଙ୍କର ଉପହାସ ପୂର୍ବକ କହିଥିଲେ ଯେ, ଆପଣ ଦେଖିବାକୁ ବ୍ରାହ୍ମଣଙ୍କ ପରି ଲାଗୁଛନ୍ତି କିନ୍ତୁ ଆପଣଙ୍କ ହସ୍ତରେ କମଣ୍ଡଳ ବଦଳରେ ପର୍ଶୁ କ’ଣ ପାଇଁ ଅଛି? ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ହେଲା।

ତାପରେ ପର୍ଶୁରାମ ଭଗବାନ ଶିବଙ୍କ ଦର୍ଶନ ପାଇଁ ସେ ଥିବା ସ୍ଥାନକୁ ଯିବାକୁ ଉଦ୍ୟମ କଲେ। କିନ୍ତୁ ଶିବଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା ତ୍ରିଶୂଳକୁ ଗଣେଶ ପର୍ଶୁରାମଙ୍କ ସମ୍ମୁଖରେ ରଖି ଯୁଦ୍ଧ ନିମନ୍ତେ ସାବଧାନ କଲେ। ପର୍ଶୁରାମ ନିଜର ପର୍ଶୁ ବାହାର କରି ଯୁଦ୍ଧ ପାଇଁ ସମ୍ମତି ପ୍ରକାଶ କଲେ। ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ତାପରେ ପର୍ଶୁରାମଙ୍କ ପର୍ଶୁ ଦ୍ବାରା ଆଘାତ ପାଇ ଭଗବାନ ଗଣେଶଙ୍କର ଏକ ଦାନ୍ତ ଭାଙ୍ଗି ଗଲା। ସେହି ଦିନ ଠାରୁ ତାଙ୍କୁ ଏକଦନ୍ତ ବୋଲି କୁହାଯାଇଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories