ପାରାଦୀପ : ପାରାଦୀପ ଦୋଛକି ଟାଟା ମୋଟର୍ସ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ସାଲେପୁର ଅଞ୍ଚଳର ସୁବାଷ ସେଠୀ। ସେ ଏକ ଘରୋଇ କମ୍ପାନୀର କର୍ମଚାରୀ ଥିଲେ। ଗୁରୁତର ହୋଇଥିବା ବ୍ୟକ୍ତି ହେଲେ ଦୁର୍ଗା ଚରଣ ମହାନ୍ତି।
Popular Categories



