ଏହି ମନ୍ଦିରରେ ମାନସିକ ପୂର୍ଣ୍ଣ ପାଇଁ ଭକ୍ତ ଚଢାଇ ଥାଆନ୍ତି ଚପଲ
କର୍ଣ୍ଣାଟକର ଗୁଲ୍ବର୍ଗ ଜିଲାରେ ଲକ୍କମ୍ମା ଦେବୀଙ୍କର ମନ୍ଦିର ରହିଛି। ଏଠାରେ ପ୍ରତିବର୍ଷ ‘ଫୁଟ୍ୱୟାର୍ ଫେଷ୍ଟିଭାଲ୍’ ପାଳନ କରା ଯାଇଥାଏ। ଯେଉଁଥିରେ ବହୁ ଦୂରରୁ ଲୋକମାନେ ଲୋକମାନେ ଚପଲ ଚଢାଇବାକୁ ଆସିଥାଆନ୍ତି। ଏହି ପର୍ବରେ ମୂଖ୍ୟତଃ ଗୋଲା(ବି) ନାମକ ଗାଁ’ର ଲୋକମାନେ ଅଧିକ ସଂଖ୍ୟାରେ ଭାଗ ନେଇଥାଆନ୍ତି। ଏହି ପର୍ବ ଏଭଳି ଅଦ୍ଭୁତ ରୀତି ପାଇଁ ପ୍ରସିଦ୍ଧ।
ପ୍ରତିବର୍ଷ ଏହି ପର୍ବ ଦୀପାବଳିର ଷଷ୍ଠ ଦିନରେ ଆୟୋଜିତ କରାଯାଇଥାଏ। ଲୋକମାନେ ଏଠାକୁ ଆସି ମାନସିକ କରିଥାଆନ୍ତି ଓ ମାନସିକ ପୂର୍ଣ୍ଣ ହେବା ପାଇଁ ମନ୍ଦିର ବହାରେ ଥିବା ଏକ ବୃକ୍ଷରେ ଚପଲ ଟଙ୍ଗାଇ ଥାଆନ୍ତି। ଲୋକଙ୍କର ବିଶ୍ୱାସ ରହିଛି ଯେ ଏହିଭଳି ଚପଲ ଚଢାଇବା ଦ୍ୱାରା ଈଶ୍ୱର ସେମାନଙ୍କୁ ଖରାପ ଶକ୍ତିମାନଙ୍କ ଠାରୁ ରକ୍ଷା କରିଥାଆନ୍ତି। କୁହାଯାଏ ଯେ ଏହାଦ୍ୱାରା ଗୋଡ଼ ଓ ଆଣ୍ଠୁ ଯନ୍ତ୍ରଣା ଦୂର ହୋଇ ଯାଇଥାଏ। ଏହି ମନ୍ଦିରକୁ କେବଳ ହିନ୍ଦୁ ନୁହେଁ ବରଂ ମୁସଲମାନ ମାନେ ମଧ୍ୟ ଆସିଥାଆନ୍ତି। କୁହାଯାଇଥାଏ ଯେ ମା’ ଭକ୍ତମାନେ ଚଢାଇଥିବା ଚପଲକୁ ପିନ୍ଧି ରାତିରେ ଭ୍ରମଣ କରିଥାଆନ୍ତି ଓ ସେମାନଙ୍କର ରକ୍ଷା କରିଥାଆନ୍ତି।