www.samajalive.in
Saturday, December 6, 2025
14.1 C
Bhubaneswar

ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ଅମାବାସ୍ୟାରେ ଏହି ସ୍ଥାନରେ ଦୀପ ପ୍ରଜ୍ବଳିତ କରନ୍ତୁ

ଆଜି ହେଉଛି ଚୈତ୍ର ମାସର ଅମାବାସ୍ୟା। ଅମାବାସ୍ୟାରେ ଚତୁର୍ଦିଗ ଅନ୍ଧକାରମୟ ହୋଇଯାଏ। ଏହାସହ ନକରାତ୍ମକ ଶକ୍ତିଙ୍କ ପ୍ରଭାବ ମଧ୍ୟ ବଢିଯାଏ। ଅମାବସ୍ୟା ଦିନ କିଛି ବିଶେଷ ସ୍ଥାନ​‌ରେ ଦୀପ ପ୍ରଜ୍ବଳିତ କରିବାକୁ କୁହାଯାଇଛି। ଏହାଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ କମ ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଦୀପ ପ୍ରଜ୍ବଳିତ କରିବା ଦ୍ବାରା ଅନ୍ଧକାର ଦୂରୀଭୂତ ହେଇ ଆଲୋକମୟ ହୋଇଯାଏ। ଆସନ୍ତୁ ଜାଣିବା ଅମାବାସ୍ୟାରେ ଘରର କେଉଁଠି ଦୀପ ପ୍ରଜ୍ବଳିତ କରିବା ଉଚିତ ..

ଅମାବାସ୍ୟାରେ ସନ୍ଧ୍ୟା ସମୟରେ ଘରର ମନ୍ଦିରରେ ପ୍ରଥମେ ଦୀପ ପ୍ରଜ୍ବଳିତ କରିବା ଉଚିତ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

- Advertisement -

ଶୁକ୍ରବାର ଓ ଅମାବାସ୍ୟାରେ ସୂର୍ଯ୍ୟାସ୍ତ ସମୟରେ ଘରର ଅଗଣାରେ ଥିବା ତୁଳସୀ ବୃକ୍ଷ ନିକଟରେ ଦୀପ ପ୍ରଳ୍ବଳନ କରନ୍ତୁ। ସନ୍ଧ୍ୟା ବେଳେ ତୁଳସୀ ବୃକ୍ଷକୁ ଛୁଇଁବା ଅନୁଚିତ। ଏହାସହ ପ୍ରତିଦିନ ପ୍ରାତଃ ସମୟରେ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରିବା ଉଚିତ।

ଏହାସହ ଘରର ମୁଖ୍ୟଦ୍ବାରର ଉଭୟ ପାର୍ଶ୍ବରେ ଦୀପ ଜଳାଇବା ଉଚିତ। ଏହା କରିବା ଦ୍ବାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ।

ଘର ନିକଟରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଛାତ ଉପରେ ମଧ୍ୟ ଦୀପ ପ୍ରଜ୍ବଳିତ କରିପାରିବ। ଏପରି କରିବା ଦ୍ବାରା ଛାତ ଉପରୁ ଅନ୍ଧକାର ଦୂର ହୋଇଥାଏ।

ଏହି ଦିନ ବିଶେଷ କରି ରୋଷେଇ ଘର ଦ୍ବାର ମୁହଁରେ ଦୀପ ଜଳାଇବା ଉଚିତ। ଏହା ପୂର୍ବରୁ ରୋଷେଇ ଘରକୁ ପ୍ରଥମେ ସଫା କରି ଦିଅନ୍ତୁ। ତାପରେ ଦୀପ ଜଳାନ୍ତୁ। ଏପରି କରିବା ଦ୍ବାରା ରୋଷେଇ ଘରର ପବିତ୍ରତା ବୃଦ୍ଧି ପାଇବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories