www.samajalive.in
Saturday, December 6, 2025
23.1 C
Bhubaneswar

ମା’ଲକ୍ଷ୍ମୀ ପଦ୍ମ ଫୁଲରେ ବିରାଜମାନ ହେବାର ଧାର୍ମିକ ମହତ୍ତ୍ୱ

ଶାସ୍ତ୍ରରେ ଧନସମ୍ପତ୍ତିର କାମନା ପାଇଁ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ବିଧିବିଧାନ ବିଷୟରେ ବର୍ଣ୍ଣନା କରାଯାଇଛି। ମା’ଲକ୍ଷ୍ମୀଙ୍କ ପ୍ରତ୍ୟେକ ଫଟୋରେ ଆମେ ତାଙ୍କୁ ପଦ୍ମଫୁଲରେ ବିରାଜମାନ ଥିବାର ଦେଖୁ। ମାତ୍ର ବହୁ କମ ଲୋକେ ଜାଣିଥିବେ ଯେ କେଉଁ କାରଣରୁ ମା’ଲକ୍ଷ୍ମୀ ପଦ୍ମ ଉପରେ ବିରାଜମାନ କରିଥାଆନ୍ତି। ଏହାର ଧାର୍ମିକ କାରଣ ରହିଛି, ଏହାସହ ଏକ ସନ୍ଦେଶ ମଧ୍ୟ ରହିଛି। ଜାଣନ୍ତୁ କେଉଁ କାରଣରୁ ମା’ଲକ୍ଷ୍ମୀ ପଦ୍ମ ଉପରେ ବିରାଜମାନ କରିଥାଆନ୍ତି….
ମା’ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ବ୍ୟକ୍ତିଙ୍କୁ ଆବଶ୍ୟକ ପରିମାଣରେ ଧନସମ୍ପତ୍ତି ମିଳିବା ପରେ ମଧ୍ୟ ସେ ଆହୁରି ଧନପ୍ରାପ୍ତି ପାଇଁ ଲୋଭ କରିଥାଏ। ଏଭଳି ପ୍ରକୃତିର ବ୍ୟକ୍ତି ମାନଙ୍କର କ୍ଷତି ହୋଇଥାଏ। କୁହାଯାଏ ଯେ, ଏଭଳି ବ୍ୟକ୍ତି ଧନସମ୍ପତ୍ତିର ମାୟା ଜାଲରେ ଫଶି ଭୁଲ ରାସ୍ତାକୁ ଆପଣେଇ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ମା’ଲକ୍ଷ୍ମୀ ବିରାଜମାନ କରୁଥିବା ପଦ୍ମଫୁଲ ନିଜର ସୁନ୍ଦରତା, କୋମଳତା ଓ ଗୁଣ ପାଇଁ ପ୍ରସିଦ୍ଧ ଅଟେ। ପଙ୍କରେ ଫୁଟିବା ପରେ ମଧ୍ୟ ସେ ନିଜ ଉପରେ ସାମାନ୍ୟ ପଙ୍କ ଲାଗିବାକୁ ଦେଇନଥାଏ।
ମା’ଲକ୍ଷ୍ମୀ ଯେ କି ପଦ୍ମରେ ବିରାଜମାନ ହୋଇ ସନ୍ଦେଶ ଦେଇଥାଆନ୍ତି ଯେ, ସେ ସେହି ଲୋକଙ୍କ ଉପରେ କୃପା କରିଥାଆନ୍ତି ଯେ କି ପଙ୍କ ସମାନ ଲୋଭମାୟା, ଧନସମ୍ପତ୍ତିର ଲୋଭ, ଅନ୍ୟାୟ ଠାରୁ ଦୂରରେ ରହି ମନରେ ନିର୍ମଳତା ଓ ପବିତ୍ରତା ରଖିଥାଏ। ସେହି ପ୍ରକାରର ବ୍ୟକ୍ତିଙ୍କ ଉପରେ ମା’ସର୍ବଦା କୃପା କରିଥାଆନ୍ତି। ଏହାସହ ମା’ଯେପରି ପଦ୍ମରେ ବିରାଜିତ ହୋଇ ସର୍ବଦା ନିଜ ଭକ୍ତଙ୍କୁ କରୁଣ ଦୃଷ୍ଟିରେ ଦେଖିବା ସହ କୃପା କରିଥାଆନ୍ତି ସେଭଳି ମନୁଷ୍ୟଙ୍କ ମଧ୍ୟ ସର୍ବଦା ଅନ୍ୟମାନଙ୍କ ପ୍ରତି କରୁଣାଭାବ ରଖିବା ଉଚିତ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories