www.samajalive.in
Saturday, December 6, 2025
14.1 C
Bhubaneswar

ଧରଣୀଧର କଲେଜ ଖେଳ ପଡ଼ିଆର ହେବ ଉନ୍ନତିକରଣ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍‌ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କେଉଁଝର ଜିଲା ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲା ଖଣିଜ ପାଣ୍ଠି ଜରିଆରେ ନିର୍ମାଣାଧୀନ ଫୁଟବଲ ଷ୍ଟାଡିୟମ୍‌, କ୍ରିକେଟ୍‌ ଷ୍ଟାଡିୟମ୍‌ ଏବଂ ଶଙ୍କରପୁରଠାରେ ଧରଣୀଧର ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ମନ୍ତ୍ରୀ ଶ୍ରୀ ବେହେରା କେଉଁଝର ଜିଲା ଗସ୍ତରେ ଯାଇ ରାମଚନ୍ଦ୍ରପୁର ବଜାରରେ ଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ଜିଲାସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଜିଲାର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସହ ସବୁ ବ୍ଲକ୍‌ ଏବଂ ପୌରାଞ୍ଚଳରେ ମିନି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଜିଲାପାଳ ଓ ଜିଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

 

- Advertisement -

ଏଥି ସହ ଜିଲା ଖଣିଜ ପାଣ୍ଠି ଜରିଆରେ ନିର୍ମାଣାଧୀନ ଫୁଟବଲ ଷ୍ଟାଡିୟମ୍‌, କ୍ରିକେଟ୍‌ ଷ୍ଟାଡିୟମ୍‌ ଏବଂ ଶଙ୍କରପୁରଠାରେ ଧରଣୀଧର ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ଧରଣୀଧର ମହାବିଦ୍ୟାଳୟ ପଡ଼ିଆର ଉନ୍ନତିକରଣ ସହ ଜିଲାରେ କ୍ରୀଡ଼ା ପ୍ରତିଭା ଚୟନ ଏବଂ ଜିଲା କ୍ରୀଡ଼ାର ଉନ୍ନତିକରଣ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ତେଲକୋଇର ବିଧାୟକ ପ୍ରେମାନନ୍ଦ ନାୟକ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ଜିଲାପାଳ ଆଶିଷ ଠାକରେ, ଉପଜିଲାପାଳ ରାମଚନ୍ଦ୍ର କିସ୍‌କୋ, ଜିଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ବେହେରା ଜିଲାର ଖଣି ଅଞ୍ଚଳ ଯୋଡ଼ାରେ ପହଞ୍ଚି ଜିଲାକ୍ରୀଡ଼ା ଅିଧକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଡ଼ା ମୁନିସିପାଲିଟି ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ଏବଂ ଷ୍ଟାଡିୟମ୍‌ ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲାଗି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ପୂରଣ ଦିଗରେ ଆମ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କୁ କହିଥିଲେ। ବଣଜଙ୍ଗଲ ଓ ଖଣିଖାଦାନ ଭରା କେଉଁଝର ଜିଲାକୁ କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଉତ୍ସାହ ଦେଖାଦେଇଛି। ନିୟମିତ ବିଭିନ୍ନ ଜିଲା ଗସ୍ତ କରି ମନ୍ତ୍ରୀ ଶ୍ରୀ ବେହେରାଙ୍କ ସମୀକ୍ଷା କାର୍ଯ୍ୟକ୍ରମ ଫଳରେ ବିଭିନ୍ନ ଜିଲାର କ୍ରୀଡ଼ା ଭିତ୍ତିଭୂମିରେ କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଉଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ରାଜ୍ୟ ସରକାର କ୍ରୀଡ଼ାକୁ ଯଥେଷ୍ଟ ପ୍ରାଧାନ୍ୟ ଦେଉଥିବାରୁ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories