www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକା ଠାରୁ ଆଗରେ ଭାରତ : ୬ ଦିନରେ ୧୦ ଲକ୍ଷ ୪୦ ହଜାରରୁ ଅଧିକ ଟିକାଦାନ

ନୂଆଦିଲ୍ଳୀ : କୋଭିଡ଼ ବିରୁଦ୍ଧରେ ଦେଶବ୍ୟାପୀ ଟିକାଦାନ ଅଭିଯାନ ଶୁକ୍ରବାର ସପ୍ତମ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ଼ ପ୍ରତିଷେଧକ ଟିକାଦାନ କରାଯାଇଛି। ଫଳରେ ଭାରତ ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି। ଗତକାଲି ୨ ଲକ୍ଷ ୩୩ ହଜାର ସ୍ୱାସ୍ଥ୍ୟକର୍ମୀ ପ୍ରତିଷେଧକ ଟିକା ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟ୍ୱିଟ୍‍ କରି କହିଛି, ଦେଶରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୪୦ ହଜାର ୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି।

ଗତ ୧୬ ତାରିଖ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍‍ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଗତକାଲି ସର୍ବାଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି। ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୀଘ୍ର ପ୍ରତିଷେଧକ ଟିକା ଦେବାରେ ଭାରତ ପ୍ରଥମ ରାଷ୍ଟ୍ର ହୋଇଛି। ଅନ୍ୟପକ୍ଷରେ ଆମେରିକା ୧୦ ଲକ୍ଷ ଲୋକଙ୍କୁ ପ୍ରତିଷେଧକ ଟିକା ଦେବାପାଇଁ ୯ ଦିନ ସମୟ ନେଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories