www.samajalive.in
Saturday, December 6, 2025
16.1 C
Bhubaneswar

ଧନତେରସ ପାଇଁ କିଛି ବିଶେଷ ଉପାୟ

ଧନତେରସ ଦିନ ଯଦି ଆପଣଙ୍କ ଦ୍ୱାରା ଚାନ୍ଦି ଜିନିଷ କିଣିବାକୁ ସମ୍ଭବ ନ ହୁଏ, ତେବେ ପିତ୍ତଳର ବାସନ କିଣନ୍ତୁ। ମାନ୍ୟତା ଅନୁଯାୟୀ ଏହା ଚନ୍ଦ୍ରମାଙ୍କ ପ୍ରତୀକ। ଯାହା ମନକୁ ଶାନ୍ତ ଓ ସନ୍ତୋଷ ପ୍ରଦାନ କରିଥାଏ।
ଏହି ଦିନ ଆପଣ ଘରର ଆଲମିରାରେ ଅଥବା ଦୋକାନରେ ମା’ଲକ୍ଷ୍ମୀଙ୍କ ଏପରି ଫଟୋ ଲଗାନ୍ତୁ, ଯେଉଁଥିରେ ମା’ଲକ୍ଷ୍ମୀ ବସିବା ଢଙ୍ଗୀରେ କଳସରୁ ଧନବର୍ଷା କରୁଥିବା ଓ ହାତୀ ଶୁଣ୍ଢ ଉଠାଇଥିବା ଅବସ୍ତାରେ ଥିବ। ଏପରି କରିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ।
ଧନତେରସ ଦିନ ବଜାରରୁ ୧୧ ଟି ଗୋମତୀ ଚକ୍ର ଆଣନ୍ତୁ। ଏହା ଉପରେ ଚନ୍ଦନ ଲଗାଇ ମା’ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ମା’ଙ୍କ ମନ୍ତ୍ରର ଜପ କରନ୍ତୁ। ଧନର ଅଭାବ ହେବ ନାହିଁ।
ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ଘରକୁ ନୂଆ ଝାଡୁ ଆଣନ୍ତୁ। ଏହାଦ୍ୱାରା ସମୃଦ୍ଧି ବୃଦ୍ଧି ହୋଇଥାଏ। ଝାଡ଼ୁ ସ୍ୱଚ୍ଛତାର ପ୍ରତୀକ।
ଏହିଦିନ ଭଗବାନ କୁବେରଙ୍କ ପୂଜା କରନ୍ତୁ। ଏହିଦିନ ଟଙ୍କା ପଇସା ଉତ୍ତର ଦିଗରେ ରଖିବା ଖୁବ ଶୁଭଙ୍କର। ଧନଲାଭ ହୋଇଥାଏ।
ମା’ଲକ୍ଷ୍ମୀ ଓ ଭଗବାନ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ପୂଜାପରେ ରାତିରେ କେସର କିମ୍ବା ହଳଦୀରେ ୨୧ଟି ଗୋଟା ଚାଉଳ ଲାଲ କପଡ଼ାରେ ବାନ୍ଧି ଆଲମିରା କିମ୍ବା ଟଙ୍କା ରଖିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ସମୃଦ୍ଧି ବୃଦ୍ଧି ହୋଇଥାଏ।
ଏହିଦିନ ମା’ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ପୂଜା କରନ୍ତୁ।
ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଏହିଦିନ ଔଷଧ ନିଶ୍ଚୟ ଦାନ କରନ୍ତୁ।
ମନରେ ସର୍ବଦା ଭୟ ଅନୁଭବ ହେଉଥିଲେ ଏହିଦିନ ପ୍ରଭୁ ହନୁମାନଙ୍କ ନିକଟରେ ତେଲର ଦୀପ ଲଗାନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ପିତ୍ତଳର ପତ୍ରରେ ଶ୍ରୀରାମ ଲେଖି ଅନୁମାନଙ୍କୁ ଅର୍ପଣ କରନ୍ତୁ।
ଏହିଦିନ ଦକ୍ଷିଣ ଦିଗକୁ ଯମରାଜାଙ୍କ ନିକଟରେ ଏକ ଦୀପ ମଧ୍ୟ ଲଗାନ୍ତୁ।
ସୁଖ-ସମୃଦ୍ଧି ପାଇଁ ଧନତେରସର କିଣନ୍ତୁ ଏହି ସାମଗ୍ରୀ

ଏହି ଦିନ ଦ୍ବିପ୍ରହରରେ ବାସନକୁସନ, ଆଭୂଷଣ, ଧନିଆ, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା, ଚାନ୍ଦିର ମୁଦ୍ରା କିଣନ୍ତୁ । ଏହା ଛଡା ଗାଡି, ଭୂମି,  ବୈଦ୍ୟୁତିକ  ସାମଗ୍ରୀ, ବସ୍ତ୍ର , ରୋଷେଇ , ଘର କରଣା ସାମଗ୍ରୀ କିଣି ପାରିବେ । ଯଦି ଚାନ୍ଦି ବାସନକୁସନ କିଣୁଛନ୍ତି ତେବେ ତାହାକୁ ଖାଲି ଘରକୁ ନଆଣି ସେଥିରେ ଗୁଡ ବା କୌଣସି ମିଠା ପଦାର୍ଥ ରଖି ଆଣିବା ଉଚିତ୍ । ଘରକୁ ଆଣିବା ପରେ ଗଙ୍ଗାଜଳ ସିଞ୍ଚନ କରି ସୁନ୍ଦର ତିଳକ ଲଗାନ୍ତୁ । ସେଥିରେ ରକ୍ଷା ସୂତ୍ର ବାନ୍ଧି ଦୀପାବଳି ପୂଜା ସମୟରେ ପାଖରେ ରଖନ୍ତୁ ।

- Advertisement -

କେଉଁ ଜିନିଷ ଦାନ ଦେବେ

ଏହା ଛଡା ଗହମ, ବସ୍ତ୍ର ଏବଂ ଔଷଧ ଦାନ କରିବା ଅତି ଉତ୍ତମ ଅଟେ । ସଂଧ୍ୟାରେ ମୁଖ୍ୟ ଦ୍ବାରା ନିକଟରେ ଯମରାଜଙ୍କ ଉଦ୍ଦେଶ୍ୟରେ ଏକ ବଡ ଦୀପ ଜଳାନ୍ତୁ । ଯାହା ଦ୍ବାରା ଅକାଳ ମୃତ୍ୟୁ ଯୋଗ ରହିବ ନାହିଁ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories