www.samajalive.in
Friday, December 12, 2025
26.1 C
Bhubaneswar

ଦୁଲକିବନ୍ଧରେ ରବି ଧାନ ମଣ୍ଡି ଉଦଘାଟିତ

କଲମପୁର : ରବି ଧାନ ସଂଗ୍ରହ ପାଇଁ  ଜିଲ୍ଲା ପ୍ରଶାସନର ଧାର୍ଯ୍ୟ ମୁତାବକ ଶନିବାର ବଡକୁଟୃ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଦୁଲକିବନ୍ଧ ଧାନ ମଣ୍ଡି ଉଦଘାଟିତ ହେଇଯାଇଛି। ଏବେ ଜିଲ୍ଲାରେ ରବି ଧାନ ଅମଳ ଆରମ୍ଭ ହେଇଯାଇଛି। ବର୍ଷା ଆଗମନକୁ ଦେଖି ତୁରନ୍ତ ଚାଷୀ ଧାନ ବିକ୍ରୟ କରିବା ପାଇଁ ପ୍ରସ୍ତୁତ ହେଇଥାନ୍ତି। ପ୍ରତି ବର୍ଷ ରବି ଧାନ ଅମଳ ପରେ ବର୍ଷା ଦ୍ୱାରା କ୍ଷତି ହେବା ପୂର୍ବରୁ କେମିତି ନିଜ କଷ୍ଟ ଉପାର୍ଜିତ ଧାନକୁ ଚାଷୀ ବିକ୍ରୟ କରିବେ ସେନେଇ ଚିନ୍ତାରେ ଥାଆନ୍ତି। ତେବେ ଚଳିତ ବର୍ଷ ଧାନ ମଣ୍ଡି ଖୋଲିବା ସହ ଚାଷୀଙ୍କୁ ମଧ୍ୟ ଟୋକନ ମିଳିଲାଣି।

ଶନିବାର ବଡକୁଟୃ ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଷଷ୍ଟି ପ୍ରସାଦ ସୁନାନୀଙ୍କ ଅଧ୍ୟକ୍ଷତାରେ ସମବାୟ ସମିତିର ସଭାନେତ୍ରୀ ମଞ୍ଜୁଳା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନ ମଣ୍ଡି ଉଦଘାଟନ କରିଥିଲେ । ସମବାୟ ସମିତିର ପୂର୍ବତନ ସଭାପତି ତଥା ବଡକୁଟୃ ସରପଞ୍ଚ ଗଣେଷ ଚନ୍ଦ୍ର ପଣ୍ଡାଙ୍କ ସମେତ ମୀନକେତନ ସାହୁ, ବିଭୁତି ପ୍ରଧାନ, ଯଯାତି ଗହୀର ପ୍ରମୁଖ ଚାଷୀଙ୍କ ଉପସ୍ଥିତିରେ ଦୁଲକିବନ୍ଧ ଧାନ ମଣ୍ଡିର ଶୁଭ ଉଦଘାଟିତ ହୋଇଛି।

- Advertisement -

ତେବେ ଚଳିତ ବର୍ଷ ଟୋକନ ଆସିବାରେ କିଛି ଅନିୟମିତତା ହେଇଥିବା ଦୃଷ୍ଟିକୁ ଆସିଛି । ଏକର ପ୍ରତି ୨୪ କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ କିଛି ଚାଷୀଙ୍କ ଜମି ପରିମାଣ ୩ ଏକର ଥିବା ବେଳେ ମାତ୍ର ୨୬ କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଟୋକନ ଆସିଛି । ସେହିଭଳି ଅନ୍ୟ ଜଣେ ଚାଷୀଙ୍କ ୭.୯୦ ଏକ ଜମି ଥିବା ବେଳେ ମାତ୍ର ୪୫ କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଟୋକନ ଆସିବା ଘଟଣା ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ଏହି ତୃଟି ସୁଧାରି ଚାଷୀଙ୍କୁ ନ୍ୟାୟ ଦେବାକୁ ଚାଷୀ ମହଲରେ ଦାବି ହେଉଛି । ଦୁଲକିବନ୍ଧ ଧାନ ମଣ୍ଡିରୁ ପ୍ରାୟ ୪ଶହ ଜଣ ଚାଷୀ ନିଜ ନିଜର ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଏହି ମଣ୍ଡିରୁ ପ୍ରତି ବର୍ଷ ରବି ଋତୁରେ ପ୍ରାୟ ୩୦ ହଜାର କ୍ୱିଣ୍ଟାଲରୁ ୩୫ ହଜାର କ୍ୱିଣ୍ଟାଲ ମଧ୍ୟରେ ଧାନ କ୍ରୟ କରାଯାଇଥାଏ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories