www.samajalive.in
Monday, December 8, 2025
13.1 C
Bhubaneswar

ପ୍ରତିଷ୍ଠାର୧୫ବର୍ଷ ପରେ ମଧ୍ୟ ହୋମିଓପାଥି ଡାକ୍ତରଖାନା ପାଇଁ ମିଳୁନି ସ୍ଥାନ

ଧାମରା : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତରେ ହୋମିଓପାଥି ଡାକ୍ତରଖାନା ଦୀର୍ଘ ୧୫ ବର୍ଷ ହେବ ବାରଦୁଆର ଶୁଣ୍ଢିପିଣ୍ଢା ହେଉଥିବା ବେଳେ ରାଜ୍ୟ ସରକାରଙ୍କ ସ୍ଥାନ ନିରୂପଣ ଆଜିଭଳି ଦିନରେ ଅଧା ପନ୍ତରିଆ ହୋଇ ରହି ଯାଇଛି। ଏହାଦ୍ୱାରା ସ୍ୱାସ୍ଥ୍ୟ ବିଭାଗର ୧୭ଲକ୍ଷ ଟଙ୍କା ଫେରି ଯାଇଥିବା ବେଳେ ଚାନ୍ଦବାଲି ତହସିଲଦାରଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଅଫିସର ଫାଇଲ ଗାଏବ ହୋଇ ଯାଇଛି ବୋଲି ମୁହଁ ଦେଖା ଦେଖି ହେଉଛନ୍ତି।

ସୂଚନା ମୁତାବକ, ୨୦୦୪ ମସିହାରେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଚରଦିଆ ପଞ୍ଚାୟତର ଏକ ହୋମିଓପାଥି ଡାକ୍ତରଖାନା ଆରମ୍ଭ ହୋଇଥିଲା। କେତେବେଳ ଭଡାଘର ତ ଆଉ କେତେବେଳେ ପଞ୍ଚାୟତ ଅଫିସଠୁ ଆରମ୍ଭ କରି ବିଦ୍ୟାଳୟ ପରିସରରେ ଦୀର୍ଘ ୧୫ବର୍ଷ ହେବ ଏହି ଡାକ୍ତରଖାନା ଚାଲି ଆସୁଛି।୨୦୧୭ ମସିହାରେ ବାଲେଶ୍ୱର ଠାରେ ଅବସ୍ଥାପିତ ଜିଲ୍ଲା ମୁଖ୍ୟ ହୋମିଓପାଥି ଡାକ୍ତର ଭଦ୍ରକ ଜିଲ୍ଲାପାଳ ତଥା ଚାନ୍ଦବାଲି ତହସିଲଦାରଙ୍କୁ ଚରଦିଆ ଠାରେ ଏକ ସ୍ଥାନ ନିରୂପଣ ପାଇଁ ଚିଠି ଲେଖିଥିଲେ। ତହସିଲଦାରଙ୍କ ପାଖରୁ ଆଦେଶ ପାଇ ଚରଦିଆ ଆରଆଇ ଜାନୁଆରୀ ୨୦୧୮ ଚରଦିଆ ମୌଜାରେ ପ୍ଲଟ ନଂ ୭୨୯, ଖାତା ନଂ-୫୦୪ରେ ୦.୨୯ଡିସିମିଲ ସ୍ଥାନ କିସମ-ରକ୍ଷିତ ଉନ୍ନତ ଯୋଜନା ଯୋଗ୍ୟ ବୋଲି ଦର୍ଶାଇ ଚାନ୍ଦବାଲି ତହସିଲଦାରଙ୍କୁ ରିପୋର୍ଟ କରିଥିଲେ। ପରେ ଏହି ରିପୋର୍ଟ ବଳରେ ଚାନ୍ଦବାଲି ତହସିଲଦାର ମାର୍ଚ ୨୦୧୮ରେ ଭଦ୍ରକ ଉପଜିଲ୍ଲାପାଳଙ୍କୁ ଏହି ଚିଠି ସଲଗ୍ନ ସମସ୍ତ ରିପୋର୍ଟ ପଠାଇଥିଲେ। ଉପଜିଲ୍ଲାପାଳ ପୁନଶ୍ଚ ଏକ ଆଦେଶ ବଳରେ ଏହି ସ୍ଥାନକୁ ବାଲେଶ୍ୱର ଠାରେ ଅବସ୍ଥାପିତ ଜିଲ୍ଲା ମୁଖ୍ୟ ହୋମିଓପାଥି ଡାକ୍ତରଙ୍କ ନାମରେ ନାମିତ କରିବା ପାଇଁ ଆଦେଶ ଦେଇଥିଲେ। ଏହି ଚିଠି ଗତ ଅଗଷ୍ଟ୨୦୧୮ରେ ଆସିବା ପରେ ଚାନ୍ଦବାଲି ତହସିଲଦାର ଏହି ଚିଠିର ଆଦେଶ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ମନସ୍ଥ କରିଥିଲେ ଏବଂ ଏହି ଜାଗାକୁ ସଂପୃକ୍ତ ବିଭାଗ ନାମରେ ରେଜେଷ୍ଟ୍ରି କରିବା ପରେ ଏହାର ନକଲ ଭଦ୍ରକ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ ବୋଲି ମଧ୍ୟ ଉପଜିଲ୍ଲାପାଳ ଆଦେଶ ଦେଇଥିଲେ। ମାତ୍ର ଅଗଷ୍ଟ ମାସରେ ଚାନ୍ଦବାଲି ତହସିଲଦାରଙ୍କ ହସ୍ତଗତ ହୋଇଥିବା ଚିଠି ଦୀର୍ଘ ୬ମାସ ମଧ୍ୟରେ ଉଭାନ ହୋଇଯାଇଛି ବୋଲି ଚରଦିଆ ହୋମିଓପାଥି ଚିକିତ୍ସାଳୟ ଦାୟିତ୍ୱରେ ଥିବା ପରମେଶ୍ୱର ମହାନ୍ତି ବକ୍ତବ୍ୟ ରଖିଛନ୍ତି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଚାନ୍ଦବାଲି ତହସିଲର ବରିଷ୍ଠକିରାଣୀଙ୍କ ସହ ଯୋଗାଯୋଗ କରିବାରୁ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ଫାଇଲଟି କେଉଁଠି ଅଛି ବୋଲି କହିବା ସହ ଯଦି ଜିଲ୍ଲା ମୁଖ୍ୟ ହୋମିଓପାଥି ଡାକ୍ତର ଚାହିଁବେ ତାହେଲେ ଆମେ ସେଇ ଜମିର ପୋଜେସନ ଦେଇ ପାରିବୁ ବୋଲି କହିଥିଲେ। ମାତ୍ର ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚାନ୍ଦବାଲି ତହସିଲକୁ ଆସିଥିବା ସରକାରୀ ଫାଇଲ ହଜିଯିବା ଘଟଣାକୁ ବୁଦ୍ଧିଜିବୀ ମାନେ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କେବଳ ଭକୁଆ ଭଳି ଅନେଇ ରହିଛି। କେବେ ପୁଣି ଏହି ଫାଇଲ ମିଳିବ ଏବଂ କେବେ ଚରଦିଆ ପଞ୍ଚାୟତରେ ହୋମିଓପାଥି ଚିକିତ୍ସାଳୟ ତାର ନିଜ ଗୃହରେ ସ୍ଥାନିତ ହେବ ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଇତି ମଧ୍ୟରେ ୨୦୧୭ରେ ଏହି ପଂଚାୟତରେ ହୋମିଓପାଥି ଚିକିତ୍ସାଳୟ ନିର୍ମାଣ ପାଇଁ ୧୭ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ସ୍ଥାନ ନିରୁପଣ ହୋଇ ନପାରିବା ଦୃଷ୍ଟିରୁ ତାହା ଫେରି ଯାଇଛି ବୋଲି ବିଭାଗୀୟ ଅଧିକାର୍‍ୀଙ୍କ ନିକଟରୁ ପ୍ରକାଶ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଲେ ଅଧୁଷିତ ଅଂଚଳର ବହୁ ଲୋକ ସ୍ୱାସ୍ୟ୍ଥ ଗତ ସମସ୍ୟାରୁ ରକ୍ଷା ପାଇ ପାରିବେ ବୋଲି ସାଧାରଣରେ ଚର୍ଚା ହେଉଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories