ମୁମ୍ବଇ : ମୁମ୍ବଇର ୱାଙ୍ଖାଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦିନିକିଆ ମହିଳା କ୍ରିକେଟ୍ ମ୍ୟାଚରେ ଭାରତ, ଇଂଲଣ୍ଡକୁ ୬୬ରନରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭର ୪ଟି ବଲରେ ୨୦୨ରନ୍ ସଂଗ୍ରହ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୪୧ଓଭରରେ ମାତ୍ର ୧୩୬ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
ଭାରତର ଏକତା ବିଷ୍ଟ୍ ୪ଟି ୱିକେଟ୍ ନେଇ ’ପର୍ସନ୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି। ସେହିଭଳି ଏସ୍. ପାଣ୍ଡେ ଓ ଡି.ବି. ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି। ତିନିଟିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଅଗ୍ରଣୀ ହୋଇଛି।



