www.samajalive.in
Tuesday, December 9, 2025
17.1 C
Bhubaneswar

ସଂଗ୍ରାମୀ ସେନାର ଚାଷୀ ଅଧିକାର ସମାବେଶ ପାଇଁ ଯୁଦ୍ଧମ୍ ଦେହି ଡାକରା

ଧାମରା : ଚାଷୀ ମାନଙ୍କୁ ନେଇ ସଂଗ୍ରାମୀ ସେନା ଆଗାମୀ ଦିନରେ ଯୁଦ୍ଧମ୍ ଦେହି ଡାକରା ଦେଇଛି। ଚାଷୀ ମାନେ ଦେଶର ମେରୁଦଣ୍ଡ ସଦୃଶ ହୋଇଥିବା ବେଳେ ସେମାନଙ୍କ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସେମାନଙ୍କୁ ତଳି ତଳାନ୍ତ କରିବା ସହ ଚାଷୀ ମାନେ ପରିସ୍ଥିତିରେ ପଡି ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ଏବଂ ଆତ୍ମହତ୍ୟାକୁ ଆପଣାଇ ନେଉଛନ୍ତି। ଏହି ଚାଷୀ ମାନେ ଆଜି ଭଳି ଦିନରେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିବା ପାଇଁ ସମୟ ଆସିଛି ଏବଂ ନିଜର ଅଧିକାର ସେମାନେ ସାବ୍ୟସ୍ଥ କରିବା ଦରକାର ବୋଲି ସଂଗ୍ରାମ ସେନା ଦାବୀ କରିଛି। ସରକାର ନିର୍ଦ୍ଧାରଣ କରିଥିବା ଧାନର ସହାୟକ ମୁଲ୍ୟ ଦେଉଥିବା ବେଳେ କେଉଁ ପରିସ୍ଥିତିରେ ମିଲର ଗୋଟିଏ କୁଇଣ୍ଟାଲ ଧାନ ଉପରେ ୬ କେଜି ଧାନ ଅଧିକ ନେବା, ବ୍ଲକରେ ଥିବା ଆର ଏମ୍ ସି କାର୍ଯ୍ୟ କିଛି ନଥିବା ବେଳେ ସେ ମଧ୍ୟ ଗୋଟିଏ କୁଇଣ୍ଟାଲ ଧାନ ଉପରେ ଚାଷୀଙ୍କ ଠାରୁ ୩୫ଟଙ୍କା ନେଉଛି, ଅଭାବୀ ଧାନ ସମବାୟ ସମିତି ଗୁଡିକରେ ବହୁ ଦିନ ଧରି ପଡି ରହୁଛି। ଫଳରେ ସରକାର ନିର୍ଦ୍ଧାରଣ କରିଥିବା ୩ଦିନରେ ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବାରେ ଅହେତୁକ ବିଳମ୍ବ ଦେଖା ଦେଉଛି। ବ୍ଲକରେ ଥିବା ଛୋଟ ଛୋଟ ନଦୀ, ନାଳ ଉପରେ ସରକାର ବ୍ରିଜ ନିର୍ମାଣ କରିବା, ଅଞ୍ଚଳରେ ଥିବା ଗୋ ପାଳନ କରୁଥିବା ଚାଷୀ ମାନଙ୍କ ଠାରୁ ଓମଫେଡ ଲିଟର ପ୍ରତି ୫୦ ମିଲି କ୍ଷୀର ଅଧିକ ନେବା ଦାବୀ ଗୁଡିକୁ ସରକାର ପୁନଶ୍ଚ ବିଚାର କରି ଏହି ନୀତି ନିୟମ ଗୁଡିକୁ ସ୍ତିରୀକୃତ କରିବା ଜରୁରୀ ହୋଇ ପଡିଛି। ଏହି ପରିପ୍ରେକ୍ଷୀରେ ଧାମରା ଅଞ୍ଚଳ ତଥା ଭଦ୍ରକ ଜିଲାରେ ବହୁ ଚିଙ୍ଗୁଡି ଚାଷୀ ଥିବା ବେଳେ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମପେଡା ପକ୍ଷରୁ ସବସିଡ ମୁଲ୍ୟରେ ଚିଙ୍ଗୁଡି ଜାଆଁଳ ଏବଂ ଚିଙ୍ଗୁଡି ଖାଦ୍ୟ ଯୋଗାଇ ଦେବା ଦରକାର। ଏଥିସହ ଚାଷୀ ମାନେ ଅମଳ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କୁ ଶସ୍ତାରେ ରପ୍ତାନୀ କରୁଥିବା ଚିଙ୍ଗୁଡିକୁ ରାଜ୍ୟ ସରକାରଙ୍କ ଓମପେଡା ସଂସ୍ଥା ନେବା ଦରକାର ବୋଲି ସଂଗ୍ରାମ ସେନା ପକ୍ଷରୁ ମତ ପ୍ରକାଶ ପାଇଛି। ଏହା ଫଳରେ ରାଜ୍ୟ ସରକାର ନିର୍ଦ୍ଧାରିତ ମୁଲ୍ୟରେ ଚିଙ୍ଗୁଡି ରପ୍ତାନୀ କରି ବୈଦେଶିକ ଡଲାର ରୋଜଗାର କରି ପାରିବେ। ଏହି ସମସ୍ତ ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂଗ୍ରାମ ସେନା ଏକ ଚାଷୀ ଅଧିକାର ସମାବେଶ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହା ଫଳରେ ଅଞ୍ଚଳରେ ଥିବା ସମସ୍ତ ସମସ୍ୟାର ଆଶୁ ସମାଧାନ ହୋଇ ପାରିବା ସହ ସମସ୍ତ ଚାଷୀ ନିଜର ନିଜର ହକ ଜାହିର୍ କରି ପାରିବା ସହ ଚାଷୀ ଅଧିକାରର ଖିଲାପ ବିଷୟରେ ସରକାରଙ୍କ ନିକଟରେ ଦାବୀ ରଖିବା ପାଇଁ ଆଗାମୀ ୩ ତାରିଖ ଦିନ ଚାନ୍ଦବାଲି ବ୍ଲକରେ ଏହି ଚାଷୀ ସମାବେଶ ହେବ ବୋଲି ସଂଗ୍ରାମ ସେନାର ମୁଖ୍ୟ ସଂଗ୍ରାମ ରାଉତ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories