www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟ ସରକାରଙ୍କ ଧାମରା ପ୍ରୀତି,୨ବର୍ଷ ହେବ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଅଫିସ ପାଇଁ ମିଳୁନି ସ୍ଥାନ

ଧାମରା : ଧାମରା ଦ୍ୱିତୀୟ ବୃହତମ ବନ୍ଦରର ମାନ୍ୟତା ପାଇଥିବା ବେଳେ ଦିନକୁ ଦିନ ରାଜ୍ୟ ସରକାରଙ୍କ ଧାମରା ବନ୍ଦର ପ୍ରୀତି ଦାଣ୍ଡରେ ପଡି ହାଟରେ ଗଡୁଛି। ଧାମରାକୁ ବିଶ୍ୱ ସ୍ତରୀୟ ଶିଳ୍ପ ଏବଂ ବନ୍ଦରର ମାନ୍ୟତା ଦେବାକୁ କେନ୍ଦ୍ର ତଥା ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଏହି ଯୋଜନା କେବେ କାର୍ଯ୍ୟକାରୀ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଛି। ଧାମରା ବନ୍ଦର ଏବଂ ପାର୍ଶ୍ବବର୍ତୀ ଇଲାକାରେ ହଜାର ହଜାର ଏକର ସରକାରୀ ଜମି ରହିଥିବା ବେଳେ ୨ବର୍ଷ ହେବ କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ନିଜର ଅଫିସ ଗୃହ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଗୁହାରୀ ଜଣାଇଥିଲେ ମଧ୍ୟ ତାହାର ସୁଫଳ ଆଜି ପର୍ଯ୍ୟନ୍ତ ମିଳି ପାରୁ ନାହିଁ। କେତେବେଳେ ରାଜ୍ୟ ସରକାରଙ୍କ ନୀତି ନିୟମ ବଦଳି ଯାଉଛି ତ ଆଉ କେତେବେଳେ ବିଭାଗୀୟ ଅଧିକାରୀ ଯାହା କାର୍ଯ୍ୟାନୁଷ୍ଠାନ ନେବେ ତାହା ଶେଷ ସିଦ୍ଧାନ୍ତ ବୋଲି ଜିଲ୍ଲା ପ୍ରଶାସନ କହୁଥିବା ଜଣାଯାଇଛି।

ଖବରରୁ ପ୍ରକାଶ, ୨୦୦୨ ମସିହାରେ କେନ୍ଦ୍ରୀୟ ଗୋଇନ୍ଦା ବିଭାଗ(ଆଇ.ବି)ଧାମରାରେ ନିଜର ଅଫିସ ଆରମ୍ଭ କରିଥିଲା। ଆଜି ପର୍ଯ୍ୟନ୍ତ ଏହି ଅଫିସଟି କେତେବେଳେ ଧାମରା ମତ୍ସ୍ୟ ପୋତାଶ୍ରୟ ଅଧିନରେ ଥିବା ଘରେତ ଆଉ କେତେବେଳେ ଧାମରାରେ ଥିବା ବାଣିଜ୍ୟ ବିଭାଗର ଭଡା ଘରେ ଚାଲି ଆସୁଅଛି। ଦୀର୍ଘ ଦିନ ହେବ ଏହି ଅଫିସଟି ଭଡା ଘରେ ଚାଲି ଆସୁଥିବା ବେଳେ ୨୦୧୭ ମସିହାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ରାଜ୍ୟ ସରକାରଙ୍କୁ ଗୁହାରୀ କରି ଏକ ସ୍ଥାନ ନିରୂପଣ କରିବା ପାଇଁ ଦରଖାସ୍ତ କରିଥିଲେ। ପ୍ରାଥମିକ ତଦନ୍ତରୁ ଦୋସିଙ୍ଗା ପଞ୍ଚାୟତରେ ଥିବା ନରସିଂହପ୍ରସାଦ ମୌଜାରେ ଏହି ଅଫିସ୍ କରିବା ପାଇଁ ବିଭାଗୀୟ ଅଧିକାରୀ ଇସାରା ଦେଇଥିଲେ। ଏହି ମୌଜାରେ ୧୭ଏକରରୁ ଉର୍ଦ୍ଧ ସରକାରୀ ଜମି ରହିଥିବା ଜଣା ଯାଇଛି। ଏହି ମୌଜାରେ ରାଜ୍ୟ ସରକାର ଧାମରା ବନ୍ଦର ସ୍ୱାସ୍ଥ୍ୟକେନ୍ଦ୍ରକୁ ଏ୦.୫୦କର ,ଧାମରା ଥାନା ପାଇଁ ଏ୦.୭୦କର ସ୍ଥାନ ଦେଇଥିବା ବେଳେ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଧାମରାରେ ଏକ ଟୁରିଜିମ ସ୍ଥାନ ପାଇଁ ମଧ୍ୟ ଏହି ମୌଜାରେ ଏ୨.୦୦କର ସ୍ଥାନ ନିରୂପଣ ହୋଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣା ଯାଇଛି। ଏହି ସମସ୍ତ ସଂସ୍ଥାକୁ ଦେବା ପରେ ମଧ୍ୟ ଏହି ମୌଜାରେ ଅବଶିଷ୍ଟ ସ୍ଥାନ ମଧ୍ୟରୁ କେବଳ କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ପାଇଁ ୧୨୦୦ସ୍କୋୟାରଫୁଟ ସ୍ଥାନ ଦରକାର ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ସ୍ଥାନ ନିରୂପଣ ହୋଇ ପାରୁ ନାହିଁ। ଦୀର୍ଘ ୨ ବର୍ଷ ହେବ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେବା ପରେ ଏହି ଫାଇଲଟି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରୁ ଫେରି ଆସିଥିବା ଜଣାଯାଇଛି। ଏହାର କାରଣ ଦୋସିଙ୍ଗା ପଂଚାୟତରେ ଥିବା ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତି ର ଶତକଡା ୫ ଭାଗ ଗୋଚର ଜମି ରହିବା ଜରୁରୀ। ମାତ୍ର କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ନିଜର ଅଫିସ ସ୍ଥାନ ଲିଜ ନିମନ୍ତେ ରାଜ୍ୟ ସରକାରଙ୍କୁ ଦରଖାସ୍ତ କରିବା ପରେ ସରକାର ଙ୍କ ନିୟମ କଡାକଡି ହୋଇଗଲା ,ଫଳରେ ୨ବର୍ଷ ହେବ ଏହି ବିଭାଗ ବାର ଦୁଆର ଶୁଣ୍ଢିପିଣ୍ଢା ହୋଇ ସ୍ଥାନ ଖୋଜିବାରେ ବ୍ୟସ୍ଥ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories