www.samajalive.in
Tuesday, December 9, 2025
15.1 C
Bhubaneswar

ରାଜସ୍ଥାନରେ ବଢୁଛି ସ୍ୱାଇନ୍‍ ଫ୍ଲୁ ; ୮୦ ମୃତ, ୨ହାଜରରୁ ଅଧିକ ଚିକିତ୍ସିତ

ରାଜସ୍ଥାନ : ରାଜସ୍ଥାନରେ ସ୍ୱାଇନ୍‍ ଫ୍ଲୁ କୁ ନେଇ ଚଳିତ ବର୍ଷ ୮୦ରୁ ଊର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨ହଜାରରୁ ଅଧିକ ଲୋକ ଏହି ରୋଗରେ ଚିକତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ଯୋଧପୁରରେ ଏହି ରୋଗରେ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁରରେ ୮୩୮ ଜଣ ଏହି ରୋଗରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ରଘୁ ଶର୍ମା ଗୁରୁବାର ବାଡମେର ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଧିକାରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମନ୍ତ୍ରୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ସ୍ୱାଇନ୍‍ ଫ୍ଲୁ ରୋକିବା ପାଇଁ ସଜାଗ ରହିଛି, କେବଳ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ଦରକାର। ସେ ଆହୁରୀ କହିଛନ୍ତି ସମସ୍ତ ଜିଲା ମୁଖ୍ୟଚିକିତ୍ସାଳୟରେ ସ୍ୱାଇନ୍‍ ଫ୍ଲୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ଅଧୀକାରୀ ନିଜର ସ୍ଥାନୀୟ ଅଞ୍ଚଳରେ ସ୍ୱାଇନ୍‍ ଫ୍ଲୁର କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories