www.samajalive.in
Monday, December 15, 2025
26.1 C
Bhubaneswar

ଧାମରାଈ ବିଦ୍ୟାଳୟର ୧୪ମାସର ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଅଭିଯୋଗ

ଧାମରା: ଧାମରାଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ନୀତି ନିୟମକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇ ଏପରି ବେନିୟମ କାର୍ଯ୍ୟ ହୋଇଛି ବୋଲି ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। ୨୦୨୧ ଡିସେମ୍ବର ମାସ ଆରମ୍ଭରୁ ୨୦୨୨ ଫେବୃଆରୀ ମାସ ପର୍ଯ୍ୟନ୍ତ ୪୯୩ ଦିନର ବକେୟା ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଆସି ନଥିବା ଜଣାଯାଇଛି।

ଖବରରୁ ପ୍ରକାଶ, ମହାମାରୀ କରୋନାକୁ ଆଖି ଆଗରେ ରଖି ସରକାର ପ୍ରାଥମିକ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତୀଙ୍କ ମୁଣ୍ଡ ପିଛା ଟ୫.୪୨ ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତୀଙ୍କ ମୁଣ୍ଡ ପିଛା ଟ୮.୧୦ହିସାବରେ ପ୍ରତ୍ୟେକ ମାସ ଶେଷରେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବାର ନିୟମ ସ୍ଥିର କରିଥିଲେ। ଏଥିପାଇଁ ଆବଶ୍ୟକୀୟ ଅର୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟିର ସଭାପତିଙ୍କ ଜଏଣ୍ଟ ଖାତାରେ ଏହି ଅର୍ଥ ଜମା ରହିଥାଏ। ପ୍ରତ୍ୟେକ ମାସ ବିଦ୍ୟାଳୟର କାର୍ଯ୍ୟ ଦିବସ ଅନୁଯାୟୀ ପ୍ରତ୍ୟେକ ପିଲାଙ୍କ ବ୍ୟାଙ୍କ ଖାତାକୁ କାର୍ଯ୍ୟଦିବସ ଅନୁଯାୟୀ ପ୍ରଧାନଶିକ୍ଷକ ଏହି ଜମା ରାଶିରୁ ଛାତ୍ରଛାତୀଙ୍କ ବ୍ୟାଙ୍କ ଖାତାକୁ ପ୍ରାପ୍ତ ଅର୍ଥ ଟ୍ରାନ୍ସଫର କରିଥାନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଏହି ଅର୍ଥ ଟ୍ରାନ୍ସଫର ହୋଇ ନ ପାରି ପ୍ରଧାନଶିକ୍ଷକଙ୍କ ଜମାଖାତାରେ ଜମା ହୋଇ ରହିଛି ବୋଲି ଅଭିଭାବକ ସଂଘ ଅଭିଯୋଗ କରିଛନ୍ତି। ଦୀର୍ଘ ୪୯୩ ଦିନର ଅର୍ଥ ପାଇନଥିବା କଥାକୁ ଧାମରାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ମହାଳିକ ସ୍ୱୀକାର କରିଥିବା ବେଳେ ଖୁବଶୀଘ୍ର ଏହି ଅର୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ମତ ରଖିଥିବା ବେଳେ କେଉଁ ପରିସ୍ଥିତିରେ ଦୀର୍ଘ ୧୪ମାସ ହେବ ଏହି ଅର୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିଜ ଖାତାରେ ରଖିଛନ୍ତି ବୋଲି ପଚାରିବାରୁ ସେ ଏହି ପ୍ରଶ୍ନକୁ ଏଡାଇ ଯାଇଥିଲେ। ୧୪ମାସର ଅର୍ଥକୁ କେଉଁ ପରିସ୍ଥିତିରେ ଛାତ୍ରଛାତୀଙ୍କ ଖାତାକୁ ଦିଆଯାଇନାହିଁ ବୋଲି ବିଦ୍ୟାଳୟ ଦାୟିତ୍ୱରେ ଥିବା ସିଆରସିସି ଅଭିମନ୍ୟୁ ନାୟକଙ୍କୁ ପଚାରିବାରୁ ସେ ଏହି ଭୁଲକୁ ସ୍ୱୀକାର କରିଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କ ଖାମଖିଆଲି ନୀତି ଯୋଗୁ ଏହା ହୋଇ ପାରିନାହିଁ ବୋଲି କହିଥିଲେ। ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ପ୍ରଣୟ ନାୟକଙ୍କୁ ଏ ବିଷୟରେ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଏଭଳି କାର୍ଯ୍ୟ କରାହୋଇଛି ସେ ବିଷୟରେ ସେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ମତାମତ ନେବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବେ ବୋଲି ଉତ୍ତର ରଖିଥିଲେ। କିଛି ଅଭିଭାବକ ଏ ବାବଦରେ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ଜଣାଯାଇଛି। ଶେଷ ଖବର ଅନୁଯାୟୀ କିଛି ଅଭିଭାବକ ବିଗତ ୧୪ ମାସର ମଧ୍ୟାହ୍ନଭୋଜନ ପ୍ରାପ୍ୟ ସହ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କିଛି କ୍ଷତିପୂରଣ ଦେବାକୁ ମଧ୍ୟ ଅଡି ବସିଛନ୍ତି।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories