ଧାମରା: ଧାମରାରେ ଭାରତୀୟ ସଂଚାର ନିଗମ ଲିମିଟେଡ ପକ୍ଷରୁ ଯୋଗାଇ ଦିଆଯାଉଥିବା ବ୍ରଡବ୍ୟାଣ୍ଡ ସେବା ସଂପୂର୍ଣ ଅଚଳ ହୋଇ ପଡ଼ିଛି। ପ୍ରାପ୍ତ ଖବର ଅନୁଯାୟୀ ଗତକାଲି ଠାରୁ ଏହି ସେବା ବନ୍ଦ ହୋଇଯାଇଛି ଫଳରେ ଧାମରାରେ ଥିବା ୧୩ଟି ରାଷ୍ଟ୍ରାୟତ ବ୍ୟାଙ୍କ ୩ଟି ବେସରକାରୀ ବ୍ୟାଙ୍କ, ପ୍ରତିରକ୍ଷା ଘାଟି ଏବଂ ଧାମରା ବନ୍ଦର (ଆଦାନୀ)ରେ ସେବା ସଂପୂର୍ଣ ବାଧାପ୍ରାପ୍ତ ହୋଇଛି। ଏହା ଫଳରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କରେ ସାଧାରଣ ଜନତାଙ୍କ ଲମ୍ବା ଲାଇନ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସ୍ଥିତିକୁ ବିଗାଡି ଦେଇଛି। କେଉଁଠାରେ ଅପଟିକାଲ ଫାଇବର କେବୁଲ କଟିଛି ତାହା ଖୋଜି ପୁନଃ ସଂଯୋଗୀକରଣ କରିବା ଭାରତୀୟ ସଂଚାର ନିଗମ ଲିମିଟେଡ ପକ୍ଷରୁ ସମ୍ଭବ ହୋଇ ପାରିନାହିଁ।
Popular Categories



