www.samajalive.in
Friday, December 12, 2025
26.1 C
Bhubaneswar

ଏୟାର ଗନରୁ ଫଲ୍ସ ଫାୟାରିଂ,  ଯୁବକ ଗିରଫ

ଧାମରା: ବାଂଶଡା ଥାନା ଅଞ୍ଚଳର ଜଣେ ଯୁବକ ନିଜ ଏୟାର ଗନରୁ ଫଲ୍ସ ଫାୟାରିଂ  ଅଭିଯୋଗରେ ଜଣେ ଯୁବକକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ବାଂଶଡା ଥାନା ଅଧିନସ୍ଥ ଜଳେଶ୍ୱରପୁର ଗ୍ରାମର ଯୁବକ ନିଜର ଏୟାର ଗନରୁ ଫଲ୍ସ ଫାୟାରିଂ କରିଥିଲେ। ତାଙ୍କ ଏୟାର ଗନରୁ ଫଲ୍ସ ଫାୟାରିଂ ୨ ରାଉଣ୍ଡ କରିଥିବା ବେଳେ କେଉଁଠାରୁ ଗୁଳିର ଶବ୍ଦ ଆସୁଛି ତାହା ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳ ଲୋକେ ଛାନିଆ ହୋଇ ବାଂଶଡା ଥାନାକୁ ଖବର ଦେଇଥିଲେ।

ଖବର ପାଇ ବାଂଶଡା ଥାନା ଅଧିକାରୀ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ  ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ଜଳେଶ୍ୱର ପୁର ଗ୍ରାମର ଅଣାକାର ଭୋଳ(୩୮) ନିଜ ଏୟାର ଗନରୁ ୨ ରାଉଣ୍ଡ ଫଲ୍ସ ଫାୟାରିଂ କରିଥିବା ଜଣାପଡ଼ିଥିଲା। ବାଂଶଡ଼ା ପୁଲିସ ଅଣାକାର ଭୋଳକୁ ଥାନା ଆଣି ପଚରାଉଚୁରା କରିଥିଲେ। ଅଣାକାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ଫଳରେ ବାଂଶଡ଼ା ପୁଲିସ ଅଣାକାର ଭୋଳକୁ ଗିରଫ  ପରେ  କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories