www.samajalive.in
Friday, December 12, 2025
19.1 C
Bhubaneswar

ବିଜେଡିରୁ ଇସ୍ତଫା ଦେଲେ ଅସିତ ଦାଶ

ବାସୁଦେବପୁର : ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଦୁର୍ବଳ ହେବାରେ ଲାଗିଛି ବାସୁଦେବପୁର ବିଜେଡି । ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଘନିଷ୍ଠ ତଥା ବିଧାୟକ ପ୍ରତିନିଧି ଅସିତ ଦାଶ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଗୋଷ୍ଠି କନ୍ଦଳକୁ ନେଇ ବିଜେଡି ଦୁଇଭାଗ ହେବା କାରଣରୁ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାଶଙ୍କ ବିଜୟ ପାଇଁ ବେଶ୍ ସହାୟକ ହୋଇଥିଲା । ଦଳୀୟ କର୍ମୀମାନଙ୍କ ପାଇଁ ପରାଜିତ ହୋଇଥିବା ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଆରୋପ ଲଗାଇବା କାରଣରୁ ଅସିତ ଦାଶ ଆଜି ଦଳରୁ ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି । ଅସିତ ତାଙ୍କ ଇସ୍ତପାପତ୍ର ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ ଓ ବ୍ଲକ ସଭାପତି ଦୀନବନ୍ଧୁ ଦାସଙ୍କୁ ପ୍ରଦାନ କରିଛନ୍ତି । ଜିଲା ସଭାପତିଙ୍କ ଆଶ୍ୱାସନା ସତ୍ୱେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଇସ୍ତଫା ପତ୍ରରେ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ତାଙ୍କର ଧର୍ମପତ୍ନୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇଥିବା କାରଣରୁ ଇସ୍ତଫା ଦେଇଥିବା ଅସିତ ଉଲ୍ଲେଖ କରିଛନ୍ତି । ଜନତା ଦଳ ଓ ପରେ ବିଜୁ ଜନତା ଦଳ ପାଇଁ ସଦାଚାର ଓ କର୍ତ୍ତବ୍ୟ ପରାୟଣ ନୀତିରେ ଦଳ ପାଇଁ କାମ କରିଆସୁଥିବା ସେ ଉଲ୍ଲେଖ କରିଛନ୍ତି । ତେବେ ଆଗକୁ ଅନେକ ବିଜେଡି କର୍ମୀ ଦଳ ଛାଡିବେ ବୋଲି ସବୁଠି ଚର୍ଚ୍ଚା ଚାଲିଛି ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories