www.samajalive.in
Saturday, December 6, 2025
23.1 C
Bhubaneswar

ଜଳକୃଷିରେ ଆଣ୍ଟିବାୟୋଟିକ ବ୍ୟବହାର ଉପରେ ଆଲୋଚନାଚକ୍ର

ଧାମରା:ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିନ ଏମପିଇଡିଏ ଓ ଏନସିଏମଏ ବିଭାଗ ଆନୁକୂଲ୍ୟରେ କରଣପଲ୍ଲୀ ଠାରେ ଥିବା ମା ନାଚିନ୍ଦା ସି ଫୁଡସ ଅଫିସ ନିକଟସ୍ଥ ମା ଶୀତଳା କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ନଭେମ୍ବର ୧୮-୨୪ମଧ୍ୟରେ ଜଳକୃଷିରେ ଆଣ୍ଟିବାୟୋଟିକର ବ୍ୟବହାର ଉପରେ ଜନସାଧାରଣଙ୍କ ସମେତ ଜଳକୃଷି ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜିବୀ ମାନଙ୍କ ମଧ୍ୟରେ ସଚେତତନା ସୃଷ୍ଟି କରିବା, ଜୈବ ସୁରକ୍ଷା ବ୍ୟବସ୍ଥା, ଉନ୍ନତ ଜଳ ଗୁଣବତା ଭଳି ଉତ୍ତମ ଜଳ କୃଷି ପରିଚାଳନା ଅଭ୍ୟାସକୁ କାର୍ଯ୍ୟକାରୀ କରିବା ଏବଂ ଜଳ କୃଷି କ୍ଷେତ୍ରରେ ସଂକ୍ରମଣ ନିରାକରଣ ଏବଂ ନିୟନ୍ତ୍ରଣ ପଦକ୍ଷେପକୁ ଉତ୍ସାହିତ କରିବା ଏହି ଆଲୋଚନାର ବିଷୟବସ୍ତୁ। ରୋଗ ପ୍ରତିରୋଧକ ପଦକ୍ଷେପ ଭାବେ ପ୍ରୋବାୟୋଟିକ ଆଦି ରୋଗକୁ ନିୟନ୍ତ୍ରଣ କରିବା ସହ ସଚେତନତା ପାଇଁ ବିଶ୍ୱ ସମାଜ ଆଗେଇ ଆସିବା ପାଇଁ ଆଜିର ଏହି କର୍ମଶାଳାରେ ଆଲୋଚନା ହୋଇଥିଲା।

ପ୍ରାରମ୍ଭରେ ଏମପିଇଡିଏର ଲକ୍ଷ୍ମୀକାନ୍ତ ପଟ୍ଟନାୟକ ସଭା ପରିଚାଳନା କରିଥିବାବେଳେ, ଏନସିଏମଏର ଆଞ୍ଚଳିକ ନିର୍ଦେଶକ ରବି ଗୌଡ,ଏମପିଇଡିଏର ସହକାରୀ ନିର୍ଦେଶକ କେ ଗୋପାଲ ଆନନ୍ଦ. ମା ନାଚିନ୍ଦା ସିଫୁଡସ ନିର୍ଦେଶକ ପ୍ରଫୁଲ କୁମାର ମଣ୍ଡଳ, ସହକାରୀ ନିର୍ଦେଶକ ଅମୁଲ୍ୟ କୁମାର ମଣ୍ଡଳ, କରଣପଲ୍ଲୀ ପଂଚାୟତର ସମିତି ସଭ୍ୟ ଉପେନ୍ଦ୍ର ଦାସ ପ୍ରମୁଖ ଉପସ୍ତିତ ରହି ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଉପସ୍ଥିତ ମଞ୍ଚାସୀନ ବ୍ୟକ୍ତି ମାନେ ଚିଙ୍କୁଡି ଚାଷ ଏବଂ ଗଭୀର ସମୁଦ୍ରରେ ଉତ୍ପାଦନ କରାଯାଉଥିବା ମାଛ ଉପରେ ଆଂଟିବାୟୋଟିକ ର ପ୍ରଭାବ କିପରି ମାନବ ସମାଜ କୁ ଧ୍ୱଂସାଭିମୁଖୀ କରାଉଛି ତାହା ଉପରେ ନିଜ ନିଜର ସାରଗର୍ଭକ ଭାଷଣ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶକ୍ରାଜିତ ପଟନାୟକ. ବିକ୍ରମ ଜେନା, ବିଶ୍ୱଜିତ ନାଥଙ୍କ ସମେତ ଶତାଧିକ ମତ୍ସ୍ୟଜିବୀ ଏବଂ ସାଧାରଣ ଜନତା ଉପସ୍ଥିତ ରହି ଏହି ଆଲୋଚନାଚକ୍ରରେ ଭାଗ ନେଇଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories