ଧାମରା:ଧାମରାର ପ୍ରତିଷ୍ଠିତ ଦେବୀ ମା ଧାମରାଇଙ୍କ ମନ୍ଦିର ପ୍ରାଙ୍ଗଣରୁ ଗୋ-ଗ୍ରାମ ସେବା ସମିତି ପକ୍ଷରୁ ଗୋ ରଥର ଶୁଭାରମ୍ଭ କରାଯାଇଛି। ପବିତ୍ର ଗୋଷ୍ଠାଷ୍ଟମୀ ଅବସରରେ ଏହି ରଥ ଧାମରା, ବାଂଶଡା, ଜାଗୁଳା, କଇଥଖୋଲା, ଦୋସିଙ୍ଗା ଅଂଚଳ ପରିକ୍ରମା କରିବା ସହ ଚାନ୍ଦବାଲି ଅଞ୍ଚଳ ପରିକ୍ରମା କରିବ। ଏହି ଅବସରରେ ଗୋ ଗ୍ରାମ ସେବା ସମିତି ପକ୍ଷରୁ ଜନସାଧାରଣଙ୍କୁ ଗୋ ମାତା ମାନବ ଜାତି ପାଇଁ ଭଗବାନଙ୍କ ଅପୂର୍ବ ଦାନ। ଗୋ-ମାତାର ସେବା ଓ ସୁରକ୍ଷା ଦ୍ୱାରା ବିଶ୍ୱବାସୀଙ୍କ ମଙ୍ଗଳ ହେବା ସହ ମାନବୀୟ ବୌଦ୍ଧିକ ଚେତନାର ଅଭ୍ୟୁଦୟ ଜାଗ୍ରତ ହୋଇଥାଏ ବୋଲି ଗୋ ଗ୍ରାମ ସେବା ସମିତି ପକ୍ଷରୁ ଅଂଚଳବାସୀଙ୍କ ଉଦ୍ୱେଶରେ ବାର୍ତା ପ୍ରେରଣ କରାଯାଇଥିଲା।
ଏହି ରଥ ଚାନ୍ଦବାଲି ବ୍ଲକ ପରିକ୍ରମା କରିବା ସହ ଆସନ୍ତା ୨୮ତାରିଖରେ ମତୋ ଠାରେ ଏକ ଗୋ ଶାଳାର ଶୁଭ ଉଦଘାଟନ ହେବ। ଏହି ଗୋ ରଥ ପରିକ୍ରମାରେ ଗୋ ସେବା ସମିତି ପକ୍ଷରୁ ବିକାଶ ଚନ୍ଦ୍ର ସାହୁ, ହିମାଂଶୁ ପରିଡା, ଅମୁଲ୍ୟ ପରିଡା, ଗ୍ୟାନରଞନ ସାହୁ, ସୁଶାନ୍ତ ବେହେରା, କିଶୋର ସାହୁ, ଉମାକାନ୍ତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିବା ସହ ଜନତାଙ୍କୁ ଅବଗତ କରାଇଥିଲେ।



