www.samajalive.in
Saturday, December 6, 2025
19.1 C
Bhubaneswar

ଦିଗଛିଆରେ ବିଜେପିର ସମାବେଶ ; ଶାସକ ଦଳକୁ କଟାକ୍ଷ କଲେ ଦାମ

ଧାମରା : ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରତି ଅନ୍ୟ ଦଳର ଭୋଟରଙ୍କ ଆନୁଗତ୍ୟ ବଢି ବଢି ଚାଲିଛି। ଏହାର ପ୍ରଭାବରେ ଆସନ୍ତା ନିର୍ବାଚନ ମଇଦାନରେ ବିଜେପି ସଂଖ୍ୟା ଗରିଷ୍ଠତା ଭିତିରେ ଶାସନ ଗାଦୀ ଅକ୍ତିଆର କରିବ ବୋଲି ଆଜି ଡ.ଦାମୋଦର ରାଉତ ନିଜର ବକ୍ତବ୍ୟ ରଖିଥିଲେ । ଆଜି ଦିଗଛିଆ ଠାରେ ବିଜେପିର ଏକ କର୍ମୀ ସମ୍ମିଳନୀ ସହ ଆସନ୍ତା ନିର୍ବାଚନ ରଣାଙ୍ଗନାରେ ବିଜେପି ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସେ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଆଜିର ଏହି ସଭାରେ ମୁଖ୍ୟ ଆକର୍ଷଣ ଥିଲା ଡ.ଦାମୋଦର ରାଉତଙ୍କ ବକ୍ତବ୍ୟ । ସେ ନିଜ ବକ୍ତବ୍ୟରେ ଶାସକ ଦଳକୁ କଟାକ୍ଷ କରିବା ସହ ବିଜୁ ପଟ୍ଟନାୟକ ନିଜ ହାତରେ ଗଢି ତୋଳିଥିବା ବିଜୁ ଜନତା ଦଳ ଆଉ ବିଜୁ ପଟ୍ଟନାୟକଙ୍କ ଆଭିମୁଖ୍ୟରେ ଚାଲିବା ସମ୍ଭବ ହୋଇ ପାରୁ ନାହିଁ । ଫଳରେ ବିଜୁ ଜନତାଦଳର ସମସ୍ତ ପୁରୁଖା ନେତା ସେ ଦଳ ପରିତ୍ୟାଗ କରି ବିଜେପି ଦଳ ପ୍ରତି ଆକୃଷ୍ଟ ହୋଇଥିବାରୁ ସେ ସମସ୍ତଙ୍କୁ ବଧାଇ ଜଣାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ବିଜୁ ଜନତା ଦଳ ତାର ଅସ୍ଥିତ୍ବ ହରାଇ ଏହା ନବୀନ ଜନତା ଦଳ ହୋଇଛି ଏବଂ ଏହା ମଧ୍ୟ ନବୀନଙ୍କ ଇଙ୍ଗିତରେ ନଚାଲି ତୃତୀୟ ମହଲା ଇଙ୍ଗିତରେ ଚାଲିଛି । ଫଳରେ ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେବା ସାଧାରଣ ଜନତାଙ୍କ ଅର୍ଥ ଆତ୍ମସାତ କରାଯାଉଛି । ଆଗାମୀ ଦିନରେ ବିଜେପିକୁ ଭୋଟ ଦେଇ ଏକକ ସଂଖ୍ୟା ଗରିଷ୍ଠତା ଆଣି ଶାସନ ଗାଦିରେ ବସାଇଲେ ସାଧାରଣ ଜନତାଙ୍କ ଉଚିତ ନ୍ୟାୟ ମିଳିବ ବୋଲି ମଧ୍ୟ କହିଥିଲେ । ଆଜିର ଏହି ସଭାରେ ଶତାଧିକ ଅନ୍ୟ ଦଳର କର୍ମୀ ମାନେ ସେମାନଙ୍କର ଆସ୍ଥା ବିଜେପି ପ୍ରତି ରହିଛି ବୋଲି ମଧ୍ୟ ସୂଚାଇଥିଲେ । ଆଗାମୀ ନିର୍ବାଚନ ରଣାଙ୍ଗନାରେ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଇଦାନରେ ମନମୋହନ ସାମଲଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବା ସହ ଭଦ୍ରକ ଲୋକସଭା ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ମଧ୍ୟ ଜୟଯୁକ୍ତ କରାଇବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories