www.samajalive.in
Saturday, December 6, 2025
14.1 C
Bhubaneswar

ବିଦ୍ୟୁତ ତାର ଛିଡି ବାଇକ ଜଳିଗଲା : ଅଳ୍ପକେ ବର୍ତ୍ତିଲେ ଦାଦା ଓ ପୁତୁରା

ଧାମରା : ସାମ୍ନାକୁ ଆସୁଛି ବିଦ୍ୟୁତ ବିଭାଗର ଅପାରଗତା। ଗତକାଲି ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ସୋମବାର ପୁଣି ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଛି। ଧାମରା ନିକଟସ୍ଥ କଇଥଖୋଲା ବଜାରରେ ବିଦ୍ୟୁତ ତାର ଛିଡିଯାଇ ଗୋଟିଏ ବାଇକ ଉପରେ ପଡ଼ିବାଫଳରେ ଘଟଣା ସ୍ଥଳରେ ବାଇକଟି ଜଲିଯାଇଛି। ବିଦ୍ୟୁତ ଆଘତ ପାଇ ବାଇକରେ ଯାଉଥିବା ଦାଦା ଓ ପୁତୁରା ରାସ୍ତା ତଳକୁ ଛିଟିକି ଯାଇଥିବା ଜଣାପଡ଼ିଛି।

କଇଥଖୋଲା ବଜାରରଦେଇ ଦାଦା ଓ ପୁତୁରା ବାଇକରେ ଯାଉଥିବା ସମୟରେ ବିଦ୍ୟୁତ ତାର ଛିଡିଯାଇ ବାଇକ ଉପରେ ପଡିଥିଲା। ବିଦ୍ୟୁତ ଆଘାତରେ ବାଇକ ଚାଳକ ସୁରେନ୍ଦ୍ର ଜେନ ଓ ବାଇକରେ ବସିଥିବା ଦୁର୍ଯ୍ୟଧନ ରାଉଳ ରାସ୍ତା ତଳକୁ ଛିଟିକି ଯାଇଥିଲେ। ଘଟଣା ସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଦାଦା ଓ ପୁତୁରାଙ୍କୁ ଉଦ୍ଧାର କରି  ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି। ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories