ଧାମରା ଆଦାନୀ ବନ୍ଦର ଦ୍ୱାରା ସେଫଟି ଷ୍ଟାର ଆଓାର୍ଡ, ସୁବାଷ ମହାଳିକଙ୍କୁ ପ୍ରଥମ ପୁରଷ୍କାର

ଧାମରା:ଧାମରା ବନ୍ଦର( ଆଦାନୀ) ଦ୍ୱାରା ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସେଫଟି ଷ୍ଟାର ଆଓାର୍ଡରେ ପୁରଷ୍କୁତ କରାଯାଇଛି। ଧାମରା ଗୁଆଁଳ ଗ୍ରାମର ସୁବାଷ ମହାଳିକଙ୍କୁ ପ୍ରଥମ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଦ୍ୱିତୀୟ ପୁରଷ୍କାର ପାଇଁ ସୁନୀଲ ନାୟକ ଏବଂ ତୃତୀୟ ଭାବେ ପ୍ରିୟରଞ୍ଜନ ବାରିକଙ୍କ ନାମ ମନୋନୀତ କରାଯାଇଥିଲା। ପ୍ରଥମ ଏବଂ ଦ୍ୱିତୀୟ ପୁରଷ୍କାର ସ୍ୱରୂପ ସେମାନଙ୍କୁ ଫ୍ରିଜ ଉପହାର ଦେବା ସହ ମାନପତ୍ର ଏବଂ ଉପଢୌକନ ମାନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଧାମରା ବନ୍ଦର (ଆଦାନୀ) ବନ୍ଦର ମଧ୍ୟରେ ନିୟୋଜିତ କର୍ମଚାରୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଥିଲା। ଏହି କ୍ରମରେ କର୍ମଚାରୀଙ୍କ ମଧ୍ୟରେ ଲିଖିତ , ମୌଖିକ ପରୀକ୍ଷା ଅନୁଷ୍ଠିତ ହେବା ପରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଏହି ଆଓାର୍ଡରେ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବନ୍ଦର ମଧ୍ୟରେ ସୁରକ୍ଷା ଓ ସଂସ୍କୃତିକୁ ଉତ୍ସାହିତ କରିବା, ଉପଲବ୍ଧ ସୁରକ୍ଷା ଉପକରଣ ଗୁଡିକ ର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା,ବ୍ୟକ୍ତିଗତ ସୁରକ୍ଷା ଆଚରଣ ଏବଂ ସୁରକ୍ଷା ପ୍ରତି ସକରାତ୍ମକ ମନୋଭାବ, ବ୍ୟକ୍ତିଗତ ଆତ୍ମସମ୍ମାନକୁ ପୁରସ୍କୃତ ଏବଂଉତ୍ସାହିତ କରିବା ସହ କର୍ମଚାରୀ ଏବଂ ଠିକାଦାର ଅଂଶ ଗ୍ରହଣକୁ ବୃଦ୍ଧି କରିବା ଏହାର ମୂଳ ଲକ୍ଷ୍ୟ। ହୋଇଥିବା କାର୍ଯ୍ୟକ୍ରମରେ ଧାମରା ଆଦାନୀ ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଠକ୍କର, ସିଓଓ ସଞିବ ଗୁପ୍ତା, ମାନବ ସମ୍ବଳ ଅଧିକାରୀ, ବାସୁକୀ ନାଥ , ମୁଖ୍ୟ ନିରାପତା ଅଧିକାରୀ ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଜି ଏକ ପଟୁଆର ଶୋଭାଯାତ୍ରାରେ ବନ୍ଦର ନିରାପତା ଅଧିକାରୀ ଆଶିଷ କୁମାର ନାୟକ, ସଞୟ କୁମାର ମିଶ୍ର ଗୁନାଧର ସାମଲ, ଦେବାଶିଷ ମିଶ୍ର ପ୍ରମୁଖ ଆସି ସୁବାଷ ମହାଳିକଙ୍କୁ ନିଜ ଗ୍ରାମ ଗୁଆଁଳରେ ଛାଡି ଯାଇଥିଲେ। ଏହି କାର୍ଯ୍ୟର୍କ୍ରମ ମାଧ୍ୟମରେ ବନ୍ଦରର ସମସ୍ତ କର୍ମଚାରୀ ମାନେ ନିଜକୁ ସୁରକ୍ଷିତ ରକ୍ଷିବା ସହ ସୁରକ୍ଷା ବଳୟ ମଧ୍ୟରେ ନିଜ ପରିବାରକୁ ସାମିଲ କରିବା ଏହାର ମୂଳ ଉଦ୍ୱେଶ ବୋଲି ମତ ପ୍ରକାଶ ପାଇଥିଲା।

Comments are closed.