ଶ୍ରାବଣ ସୋମବାର ପାଇଁ ଧବଳେଶ୍ୱର ପୀଠରେ ପ୍ରସ୍ତୁତି ବୈଠକ

ମୁତୟନ ହେବେ ୩ ପ୍ଲାଟୁନ ଫୋର୍ସ

ଗୁରୁଡିଝାଟିଆ : ଚଳିତବର୍ଷ ଶ୍ରାବଣ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କାଉଡିଆଙ୍କ ଜଳଲାଗି ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଶାନ୍ତିଶୃଙ୍ଖଳାର ସହିତ କାଉଡିଆମାନଙ୍କ ଜଳଲାଗି ନିମନ୍ତେ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ୨୪ଘଣ୍ଟିଆ ଆଲୋକ ଓ ଜଳଯୋଗାଣ, ପରିସ୍କାର ପରିଚ୍ଛନତା ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଝୁଲାପୋଲ ନିକଟସ୍ଥ ସାଇକେଲଷ୍ଟାଣ୍ଡ ଠାରୁ ସମସ୍ତ କାଉଡିଆ ବାହୁଙ୍ଗି ରଖି କଳସ ଧରି ପ୍ରଭୂଙ୍କ ପୀଠକୁ ଜଳଲାଗି କରିବା ର ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା ଓ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୧୨ଜଣ ସବ-ଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହିତ ଫୋର୍ସ ମୁତୟନ ହେବେ। ଆଜିର ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କ ସହ ତହସିଲଦାର ପ୍ରିୟବ୍ରତ ଦାସ, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ବିଦ୍ୟୁତ, ପାନୀୟ ଜଳଯୋଗାଣ, ପରିମଳ, ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଧବଳେଶ୍ୱର ପୂଜକ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

kalyan agarbati

Comments are closed.