BJD Bijuli 480×75 Mob

ଧଉଳିରେ ଲାଇଟ୍‍ ଆଣ୍ଡ ସାଉଣ୍ଡ ଶୋ’ଆରମ୍ଭ

BJD Bijuli 480×75 Mob
0

ଭୁବନେଶ୍ୱର : ଶାନ୍ତିସ୍ତୂପ ଧଉଳିରେ ଶନିବାରଠାରୁ ଲାଇଟ୍‍ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସନ୍ଧ୍ୟାରେ ଦୁଇଟି ଶୋ’ ଆଜିଠାରୁ ଆରମ୍ଭ ହୋଇଥିବା ଟୁରିଷ୍ଟ ଅଫିସର ଅଜୟ କୁମାର ରାଉତ ସୁଚନା ଦେଇଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶୋ’ କାର୍ଯ୍ୟକ୍ରମକୁ ଗତ ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ଗତକାଲି କାର୍ଯ୍ୟଶେଷ ହେବା ପରେ ଏହାକୁ ପରୀକ୍ଷା ନିରୀକ୍ଷା କରାଯାଇ ଆଜି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଶୋ’ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ପ୍ରଥମକରି ଲାଇଟ୍‍ ଆଣ୍ଡ ସାଉଣ୍ଡ୍ ଶୋ’ କାର୍ଯ୍ୟକ୍ରମ ଐତିହାସିକ ପର୍ଯ୍ୟଟନସ୍ଥଳ ଧଉଳିରେ ୨୦୧୫ ଅଗଷ୍ଟ ୭ ତାରିଖରେ ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ପ୍ରାୟ ୬କୋଟି ଟଙ୍କା ବ୍ୟୟରେ ଶୋ’ ଆରମ୍ଭ ହୋଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ।

Leave A Reply