ଭୁବନେଶ୍ବର : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଅଭୟ ସୋମବାର ଝାରସୁଗୁଡା ଜିଲା ଗସ୍ତରେ ଆସିଥିଲେ । ଏହି ଗସ୍ତ କାଳରେ ଡିଜିପି ଅଭୟ କରୋନା ମୁକାବିଲା ପାଇଁ ଜିଲା ପୁଲିସର ପଦକ୍ଷେପ ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ଏହା ସହ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହ କୋଭିଡ -୧୯ କୁ ନେଇ ଆଲୋଚନା କରିଥିଲେ ।
ଆଜି ରାଉରକେଲାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅପରାହ୍ନରେ ପହଞ୍ଚି ଜିଲା ପୁଲିସ ଅଫିସରେ ପହଞ୍ଚି ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏଥିରେ ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ, ଏସପି ଅଶ୍ୱିନୀ କୁମାର ମହାନ୍ତି ସମେତ ସୁନ୍ଦରଗଡ଼ ଏସପି ଓ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଲେ । ଡ଼ିଜି ଅଭୟ ଝାରସୁଗୁଡ଼ା ସହରରେ ଥିବା ବିଭିନ୍ନ ଛକରେ ଥିବା ମୁତୟନ ରହିଥିବା ପୋଲିସ କର୍ମଚାରୀ ଙ୍କ ସହ ଆଲୋଚନା କରିବା ସହ ଝାରସୁଗୁଡ଼ା ଟାଉନ ଥାନା ପରିଦର୍ଶନ କରିଥିଲେ। ପରେ ଡିଜିପି ଅଭୟ ଭୁବନେଶ୍ୱର ଫେରିଥିଲେ ।



