ନୂଆଦିଲ୍ଲୀ : କରୋନା ଭାଇରସ୍ ପାଇଁ ଏବେ ସାରା ଦେଶ ଲକଡାଉନ୍। ଏହି ଲକ୍ ଡାଉନ୍ ପାଇଁ ଅଧିକାଂଶ ଲୋକ ଘରେ ବସି କାମ କରୁଥିବା ଦେଖାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଫାଇବର ଏକ ଜବରଦସ୍ତ ଅଫରର ଘୋଷଣା କରିଛି। ଏହି ଅଫର ଅନୁଯାୟୀ, ଉପଭୋକ୍ତାଙ୍କୁ ୧୯୯ ଟଙ୍କା ମୂଲ୍ୟର ଜିଓ ଫାଇବ୍ ଆଡ-ଅନ ପ୍ଲାନରେ ୧୦୨୪ ଜିବି ଡ଼ାଟା ମିଳିବ।
ତେବେ ଆସନ୍ତୁ ଜିଓର ଏହି ବିଶେଷ ଅଫର ବିଷୟରେ ବିସ୍ତୃତ ଭାବେ ଜାଣିବା …
ଜିଓର ୧୯୯ ଟଙ୍କାର ପ୍ଲାନ ହେଉଛି ଏକ କମ୍ବୋ ପ୍ୟାକ୍ । ଏଥିରେ, ଆପଣ ୧୦୦ ଏମବିପିଏସ୍ ସ୍ପିଡ଼ରେ ୧୦୨୪ ଜିବି ଡାଟା ପାଇପାରିବେ। ଯଦି ଆପଣଙ୍କର ଡାଟା ସୀମା ସମୟ ପୂର୍ବରୁ ଶେଷ ହୁଏ, ତେବେ ଇଣ୍ଟରନେଟ୍ ସ୍ପିଡ୍ ଏକ ଏମବିପିଏସ୍ କୁ ହ୍ରାସ ପାଇବ। ଏହା ବ୍ୟତୀତ ଏହି ପ୍ଲାନରେ ଲ୍ୟାଣ୍ଡଲାଇନ ସେବା ସହିତ ଅସୀମିତ କଲିଂର ସୁବିଧା ଯୋଗାଇ ଦିଆଯାଇଛି। ମାତ୍ର ଡବଲ୍ ଡ଼ାଟାର ଲାଭ ଆପଣଙ୍କୁ କେବଳ ୭ଦିନ ପାଇଁ ମିଳିବ।
ରିଲାଏନ୍ସ ଜିଓ ଫାଇବରର ଜବରଦସ୍ତ ଅଫର : ମାତ୍ର ୧୯୯ ଟଙ୍କାରେ ମିଳିବ ୧୦୨୪ ଜିବି ଡାଟା
Popular Categories



