www.samajalive.in
Sunday, December 7, 2025
26.1 C
Bhubaneswar

ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଜୟନ୍ତୀ ପାଳିତ

ଦେବଗଡ : ଦେବଗଡ ଜିଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ନାଟ୍ୟ ପକ୍ଷରୁ  ଆଜି ବାମଣ୍ଡାର ବିକ୍ରମାଦିତ୍ୟ ରାଜା ସାର ବାସୁଦେବ ସୁଢଳଦେବ (କେ.ସି.ଆଇ.ଇ.)ଙ୍କର ପବିତ୍ର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦର ଉପ ସଭାପତି ନିରଞ୍ଜନ ଦ୍ୱିବେଦୀ, ଉପଦେଷ୍ଟା ସୁଧିର କୁମାର ଦ୍ୱିବେଦୀ, ଯୁଗ୍ମ ସମ୍ପାଦକ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡକ୍ଟର ଭାରେ ଭୂଷଣ ନନ୍ଦ,ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ଦେବତା, ବିଜୟ କୁମାର ଶତପଥି, ପ୍ରକାଶ କୁମାର ଦେବତା ଓ ପ୍ରାଣବନ୍ଧୁ ଘଡେଇ ଓ ଫକୀର ମୋନ ପ୍ରଧାନଙ୍କ ସମେତ ବହୁ ଜନ ସାଧାରଣ ସ୍ଥାନୀୟ ରାଜ ପ୍ରସାଦ ସମ୍ମୁଖସ୍ଥ ରାଜା ସାର ସୁଢଳଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। କୋଭିଡ କଟକଣା କାରଣରୁ ଚଳିତ ବର୍ଷ ରାଜା ସାର ବାସୁଦେବଙ୍କ ପବିତ୍ର ଜନ୍ମଜୟନ୍ତୀ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ ମଧ୍ୟରେ ସିମୀତ ରଖାଯାଇଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories