www.samajalive.in
Saturday, December 6, 2025
16.1 C
Bhubaneswar

ଲକଡାଉନରେ ଦେଶୀ ମଦ ଜବତ

ଟିଟିଲାଗଡ଼ ; ବିଶ୍ୱରେ ଲକ୍ଷାଧିକ ମୂଲ୍ୟବାନ ଜୀବନ ହାନି ସହ ହଇଚଇ ସୃଷ୍ଟି କରିଛି ମହାମାରୀ କରୋନା। ମଙ୍ଗଳବାର ଟିଟିଲାଗଡ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ଚଢଉ ଅଭିଯାନ ପରେ ବ୍ୟାପକ ହାତ ରନ୍ଧା ମଦ ଜବତ କରାଯାଇଛି। ଟିଟିଲାଗଡ ତହସିଲଦାର ତଥା ଭାରପ୍ରାପ୍ତ ମାଜିଷ୍ଟ୍ରେଟ ଆନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଅବକାରୀ ନୀରିକ୍ଷକ ଜେଆର ପଣ୍ଡା, ଟିଟିଲାଗଡ ଅବକାରି ଅଧିକାରୀ ଦେବରାଜ ଖମାରୀ, ଏଏସଆଇ ବୁଦ୍ଧଦେବ ପୁଟେଲ, ବଙ୍ଗୋମୁଣ୍ଡା ଅବକାରି ଅଧିକାରୀ ଗୋବର୍ଦ୍ଧନ ରଣା ଏପିଆର ଫୋର୍ସଙ୍କ ସହ ଆଜି ଟିଟିଲାଗଡ ଥାନା ଖାସମୁଣ୍ଡା, ଭାଟିପଡା ଆଦି ଅଂଚଳରେ ଚଢଉ କରିଥିଲେ। ଚଢଉ ବେଳେ ୩୦ ଲିଟର ରନ୍ଧା ମଦ, ୪୦ କେଜି ପୋଚ, ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରାଯାଇଛି। ଅଭିଯୁକ୍ତ ମଦ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାଯାଇଛି। ସ୍ଥାନୀୟ ପୁଲିସ ପକ୍ଷରୁ ମଧ୍ୟ ପୁର୍ବରୁ ବ୍ୟାପକ ମଦ ଜବତ ସହ କେସ ରୁଜୁ କରାଯାଇଥିବା ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories