www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ମାଣ ଶ୍ରମିକ ଜାଲିଆତିରେ ସମିତି ସଭ୍ୟ

ବ୍ରଜରାଜନଗର : ଗତ ଶନିବାର ରାଜପୁର ସମିତି ସଭ୍ୟ ଗଣେଶ ରାମ ବାଗ ନିଜକୁ ନିର୍ମାଣ ଶ୍ରମିକ ଦର୍ଶାଇ ସରକାରୀ ଭତ୍ତା ଉଠାଇନେବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଗଣମାଧ୍ୟମ ଚାପ ଆଗରେ ଗଣେଶ ବାଗ ଆଉ କୌଣସି ବାଟ ନ ପାଇ ଶେଷରେ ଟଙ୍କା ଫେରସ୍ତ କରି ନିଜକୁ ନିଷ୍କଳଙ୍କ ପ୍ରମାଣିତ କରିବାକୁ ଚେଷ୍ଟା କରି ବର୍ତ୍ତମାନ ଅଡୁଆରେ ପଡିଛନ୍ତି । ହେଲେ ଏ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ନିର୍ବାଚିତ ସମିତି ସଭ୍ୟ ପୁଣି ବିବାଦ ଭିତରକୁ ଆସିଛି । ଝାରସୁଗୁଡା ବ୍ଲକର ଜଣେ ସମିତି ସଭ୍ୟ ନିଜକୁ ନିର୍ମାଣ ଶ୍ରମିକ ଦର୍ଶାଇ ସରକାର ଦେଉଥିବା ୧୫୦୦ ଟଙ୍କା ଗତ ୮ ତାରିଖ ଦିନ ଉଠାଇଥିବା ଅଭିଯୋଗ ହେଉଛି। ଫଳରେ ଏହି ବିବାଦ ଅଧିକ ଘନେଇବାରେ ଲାଗିଛି । ସେପଟେ ଏହି ଅଭିଯୋଗ ବାବଦରେ ଝାରସୁଗୁଡା ବିଡିଓ ପ୍ରସନ୍ନ ପାଣ୍ଡେଙ୍କ ସହ ଯୋଗାଯୋଗ କରାଯିବାରେ ସେ ସମିତି ସଭ୍ୟା ନିଜ ସ୍ବାମୀଙ୍କ ସହ ଆସି ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଉଦ୍ଦିଷ୍ଟ ସହାୟତା ରାଶି ନେଇଥିବା ସ୍ପଷ୍ଟ କରିଛନ୍ତି ।  ଜଣେ ନିର୍ମାଣ ଶ୍ରମିକ ସମିତି ସଭ୍ୟ ହେବାରେ କୌଣସି ବାଧା ନାହିଁ । କିନ୍ତୁ ସେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରିବା ଅନିବାର୍ଯ୍ୟ, ଅନ୍ୟଥା ସରକାରଙ୍କ ଅର୍ଥିକ ସହାୟତା ଗ୍ରହଣ କରିବା ଅନୁଚିତ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କୃଷ୍ଣ ମୋହନ ରାଉତ କହିଥିଲେ । ତେବେ ଆଜିର ଘଟଣା ବାବଦରେ ସେ ଅବଗତ ନାହାଁନ୍ତି, ସମିତି ସଭ୍ୟା ଜଣକ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି କି ନାହିଁ ତଦନ୍ତ କରାଗଲେ ଜଣା ପଡିବ ବୋଲି ଶ୍ରୀ ରାଉତ କହିଛନ୍ତି । ଏନେଇ ଉକ୍ତ ସମିତି ସଭ୍ୟାଙ୍କୁ ପଚାରିବାରୁ ସେ ଓ ତାଙ୍କ ସ୍ୱାମୀର ସମାନ ନାଁରେ ଦୁଇ ଜଣ ରହିଛନ୍ତି ଓ ସେମାନେ ଏହି ଟଙ୍କା ହୁଏତ ନେଇଥାଇ ପାରନ୍ତି ବୋଲି ସେ କହିଛନ୍ତି । 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories