www.samajalive.in
Friday, December 12, 2025
16.1 C
Bhubaneswar

ଦେଶ କରମ୍ ପରବ ଧୂମଧାମରେ ପାଳିତ

ପାଟଣା – ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ଠାରେ ଆୟୋଜିତ ହେଉଥିବା ଦେଶ କରମ୍ ପରବ,ଓଡ଼ିଶା ର ଜାୱl ଉଠା କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଯାଇଛି । ତୁରୁମୁଙ୍ଗା ନିକଟସ୍ଥ ତ୍ରିବିନ୍ଧା ବୈତରଣୀ କରମ୍ ଘାଟ ଠାରେ ଜାୱl ଉଠାଯାଇ ଚିଲିଦା, ଚେମଣା, ରେଙ୍ଗାଳବେଡା, ବାଉଁଶୁଳି, ପୁରୁଣିଆ, ଡୁମୁରିଆ, ପୋଇପାଣି ଦେଇ ଦେଶ କରମ ପରବ,ଓଡ଼ିଶା ର ଆଖଳା ,ପିପିଳିଆ ଠାରେ ପହଞ୍ଚିଥିଲା । ଆଖଳା ସ୍ଥାନ କୁ ଜାୱl ପହଞ୍ଚିବା ପରେ ସନ୍ଧ୍ୟା ରେ ଆଦିବାସୀ କୁଡୁମି ସମ୍ପ୍ରଦାୟର ମହିଳା ଓ କରମତୀ ମାନଙ୍କ ଦ୍ୱାରା ଜାୱl ବେହ୍ଳା କୁଡ଼ମାଲି ରୀତିମତେ ସମ୍ପନ୍ନ ହୋଇଥିଲା।

ଏହାର ନେତୃତ୍ୱ କୁଡ଼ମାଲି ସଂସ୍କୃତି ବିଶାରଦ ସୁନ୍ଦରଗଡ଼ର ନିଶାମଣୀ ମହତୋ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୁଡ଼ମାଲି ସଂସ୍କୃତି ଗବେଷକ ମୟୂରଭଞ୍ଜ ର ଶଶୋଧର ମହାନ୍ତ,ମୁଖ୍ୟ ବକ୍ତା ଭାବେ ସିଦ୍ଧୁ କାହ୍ନୁ ବିଶ୍ୱବିଦ୍ୟାଳୟ,ଦୁମକା ର ସମାଜଶାସ୍ତ୍ରୀ ପ୍ରଧ୍ୟାପକ ଡ଼.ସୁଧାଂଶୁ ଶେଖର ମହତୋ,ସମ୍ମାନୀୟ ଅତିଥି ଭାବେ ସମାଜସେବୀ କସ୍ତୁରୀ ମହାନ୍ତ ପ୍ରମୁଖ ଯୋଗଦେଇ କୁଡ଼ମାଲି ଭାଷା,ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ।

- Advertisement -

ଆଗାମୀ ଦିନରେ କିପରି ସମସ୍ତ କୁଡୁମୀ ଜନଗଣନା ରେ ମାତୃଭାଷା କୁଡ଼ମାଲି ଲେଖାଇବେ ସେ ସମ୍ବନ୍ଧରେ ସମାଜସେବୀ କସ୍ତୁରୀ ମହାନ୍ତ ତାଙ୍କର ବକ୍ତବ୍ୟ ରେ କହିଥିବା ବେଳେ ଏହି ଦେଶ କରମ ପରବ,ଓଡ଼ିଶା ର କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପାଳନ ହେବା ଉପରେ ଆଲୋକପାତ କରିଥିଲେ । କୁଡ଼ମାଲି ଭାଷା,ସଂସ୍କୃତି ଓ ପରମ୍ପରା ସମ୍ପନ୍ନ ବିଶିଷ୍ଟ ବିଶାରଦ ଓ କଣ୍ଠଶିଳ୍ପୀ ମାନେ ଯୋଗଦେବାର ଥିବାର ସୂଚନା ପ୍ରଦାନ କରିଛନ୍ତି ଗଣମାଧ୍ୟମ ର ପ୍ରମୁଖ ଜଗବନ୍ଧୁ ମହାନ୍ତ । କୁଡ଼ମାଲି ଭାଷା,ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ କର୍ମଶାଳା ଗୁଡିକ ଦିନବେଳା ରଖା ଯାଇଥିବାର ସୂଚନା ସେ ପ୍ରଦାନ କରିଥିଲେ। ଏହି କୁଡ଼ମାଲି ସଂସ୍କୃତି ସମ୍ପନ୍ନ ଝୁମର ସନ୍ଧ୍ୟାରେ ପଶ୍ଚିମବଙ୍ଗ ର ତାପତି ମହତୋ ଓ ତାଙ୍କର ଦଳ ଝୁମର ପରିବେଷଣ କରିଥିଲେ । ସୁଦୂର ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ସମେତ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଯାଜପୁର, ଅନୁଗୁଳ, ବାଲେଶ୍ଵର, ଦେବଗଡ଼ ର କୁଡୁମି ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ ।

ଯାତ୍ର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories