www.samajalive.in
Saturday, December 13, 2025
27.1 C
Bhubaneswar

ପ୍ରାଣୀମାନଙ୍କର ବିଭିନ୍ନ ରୋଗର ନିରାକରଣ ନେଇ ଜାତୀୟ କର୍ମଶାଳା, ପ୍ରାଣୀରୋଗ ନିୟନ୍ତ୍ରଣ ଦ୍ୱାରା ପ୍ରାଣୀପାଳକଙ୍କ ଆୟବୃଦ୍ଧି ହୋଇପାରିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ପ୍ରାଣୀମାନଙ୍କର ବିଭିନ୍ନ ରୋଗର ନିରାକରଣ ସଂପର୍କରେ ଆଜି ଏକ ଜାତୀୟ ସ୍ତରୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗୋମହିଷାଦି ଏବଂ କୁକୁଡ଼ା ଓ ବତକ ଆଦି ପ୍ରାଣୀମାନେ ଆକ୍ରାନ୍ତ ହେଉଥିବା ଫାଟୁଆ, ବ୍ରୁସେଲୋସିସ୍‌, ବାର୍ଡଫ୍ଲୁ, ସାହାଣ, ବଜବଜିିଆ ଆଦି ରୋଗର ସଫଳ ନିରାକରଣ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶଦ ଭାବରେ ଆଲୋଚନା ହୋଇଥିଲା । ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପ୍ରାଣୀମାନଙ୍କୁ ସୁସ୍ଥ କରିବା ସହିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି । ପ୍ରାଣୀପାଳକଙ୍କ ଆୟବୃଦ୍ଧିରେ ପ୍ରାଣୀ ରୋଗ ନିୟନ୍ତ୍ରଣ କପରି ସହାୟକ ହୋଇପାରିବ ସେ ଉପରେ ବିସ୍ତୃତ ଧାରଣା ଉପସ୍ଥାପନ ସହ ଏଥି ନିମନ୍ତେ ପ୍ରାଣୀପାଳକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀ ବଶିଷ୍ଠ ଗୁରୁତ୍ୱାରୋପ କରିଥିଲେ ।

କର୍ମଶାଳାରେ ପ୍ରାଣୀ ରୋଗ ସମ୍ବନ୍ଧୀୟ ଆଗୁଆ ସୂଚନା ପାଇବାର ମାଧ୍ୟମ, ପ୍ରାଣୀରୋଗ ଚିହ୍ନଟ ପାଇଁ ନମୁନା ସଂଗ୍ରହ, ପ୍ରତିଷେଧକ ବ୍ୟବସ୍ଥା, ଟିକାକରଣ, ଆଞ୍ଚଳିକ ଭିତ୍ତିରେ ପ୍ରାଣୀରୋଗ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

- Advertisement -

ଓଡ଼ିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶାଳୟ, କଟକଙ୍କ ଦ୍ୱାରା ଆୟୋଜିତ ଏହି ଜାତୀୟ କର୍ମଶାଳାରେ ଭାରତ ସରକାରଙ୍କ ଯୁଗ୍ମ ଶାସନ ସଚିବ ଶ୍ରୀ ଉପମନୁ୍ୟ ବସୁ, ପ୍ରାଣୀପାଳନ ଓ ପ୍ରାଣୀଚିିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଭାଗ ନେଇଥିବାବେଳେ ନିସାଦ, ଭୋପାଳର ବରିଷ୍ଠ ବୈଜ୍ଞାନିକ ଡ. ଚକ୍ରଧର ତୋଷ, ନିଭେଡିର ବରିଷ୍ଠ ବୈଜ୍ଞାନିକ ଡ. ମହମ୍ମଦ ମୁଦାଶର ଚାନ୍ଦ, ଫାଟୁଆ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡ. ଯଯାତି କେଶରୀ ମହାପାତ୍ର, ଓଡ଼ିଶା ଭେଟେରିନାରୀ କଲେଜର ଡିନ୍‌ ଡ. ଶୁଶେନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି ପ୍ରାଣୀମାନଙ୍କ ବିଭିନ୍ନ ରୋଗ ଏବଂ ଏହାର ସଫଳ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏହି ଆଲୋଚନା ଚକ୍ରରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଓ ସମସ୍ତ ରୋଗ ନିରୁପଣ କେନ୍ଦ୍ରର ଅଧିକାରୀମାନେ ଯୋଗଦେଇଥିଲେ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories