www.samajalive.in
Saturday, December 6, 2025
16.1 C
Bhubaneswar

ଦିଗପହଣ୍ଡି ବ୍ଲକ ଦେଓଖାଳି  ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର  ତଦନ୍ତ ଦାବିରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

  ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀରେ ମହିଳା ନ୍ୟାୟ ପାଉନାହାଁନ୍ତି
 ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର ଜଣେ ଦଳିତ ଛାତ୍ରୀଙ୍କୁ କିଛି ଦୁବୃର୍ତ୍ତ ଗତ ମେ ମାସ ୧୦ ତାରିଖରେ ଜୋଡା ନଦୀ ପଠାରେ ଦୁଷ୍କର୍ମ କରି ହତ୍ୟା କରିଥିଲେ। ଏହି ଘଟଣାକୁ ୫ ମାସରୁ ଊର୍ଦ୍ଧ୍ବ ବିତିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ପୀଡିତା ପରିବାର ଗରିବ ଓ ଦଳିତ ହୋଇଥିବାରୁ ବାରମ୍ବାର ଅଭିଯୋଗ ପରେ କେ.ନୂଆଗାଁରପୁଲିସ ଘଟଣାର ତଦନ୍ତ କରୁନାହିଁ କି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପୀଡିତା ପରିବାର ଅଭିଯୋଗ କରିଛନ୍ତି ।  ପୀଡିତା ପରିବାରକୁ ନ୍ୟାୟ ଏବଂ ହତ୍ୟାର ନିରପେକ୍ଷ ତଦନ୍ତ ଦାବିରେ ବିଜେପି ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଭେଟି ଘଟଣା ସଂପର୍କରେ ଅବଗତ କରାଇବା ସହ ଏତଲା କପି ପ୍ରଦାନ କରିଛନ୍ତି।

- Advertisement -

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ   ମେ ୧୦ ତାରିଖ ମାତୃଦିବସ ଦିନ ଦିଗପହଣ୍ଡି ବ୍ଲକ ଦେଓଖାଳି ଗ୍ରାମର ସମ୍ପୃକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।  ପୁଲିସ ପ୍ରଥମେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ଅପମୃତ୍ୟୁର ରୂପ ଦେଇ ଘଟଣାକୁ ଭିନ୍ନ ମୋଡ ଦେବା ଲାଗି ପ୍ରୟାସ କରିଥିଲା।  ମହିଳାଙ୍କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଆଜି ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି। ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏବଂ ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀରେ ମହିଳା ନ୍ୟାୟ ପାଉନାହାଁନ୍ତି। ଶାସକ ଦଳ ଚାପରେ ପୁଲିସ କାର୍ଯ୍ୟ କରୁଛି ଏବଂ ଜାଣିଶୁଣି ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀମାନଙ୍କୁ ଘଂଟ ଘୋଡାଉଛି। ଏଭଳି ଅଭାବନୀୟ ଘଟଣାକୁ ୫ ମାସ ପୂରିଥିଲେ ବି ଦୁଷ୍କର୍ମକାରୀ ଏବଂ ହତ୍ୟାକାରୀମାନେ ବାହାରେ ଖୋଲଖୋଲି ବୁଲୁଛନ୍ତି ।  ବାରମ୍ବାର ପୀଡିତା ପରିବାର  ଏ.ସପି ଏବଂ ଥାନା ଅଧିକାରୀଙ୍କୁ ନ୍ୟାୟ ପାଇଁ ଗୁହାରୀ କଲେ ମଧ୍ୟ କେହି ବି ତାଙ୍କ କଥା ଶୁଣୁନାହାଁନ୍ତି ବୋଲି ଶ୍ରୀମତୀ ପ୍ରଧାନ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ଗୁରୁତ୍ୱ ଦେଇ ମାନବାଧିକାରୀ କମିଶନ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀ ଏବଂ ସ୍ଥାନୀୟ ପୁଲିସର ଅବହେଳା ଓ ନିଷ୍କ୍ରିୟତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି।  ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଓ ଯୁବକର୍ମୀ ଅନନ୍ତ ନାରାୟଣ ମହାନ୍ତି ପ୍ରମୁଖ ସାମିଲ ଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories