www.samajalive.in
Friday, December 5, 2025
17.1 C
Bhubaneswar

ସରକାରଙ୍କ ବୈମାତୃକ ମନୋଭାବ ; ବିସ୍ଥାପିତଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବଙ୍ଗଳା ପ୍ରାଙ୍ଗଣରେ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମିତିର ସଭାପତି ନିତ୍ୟାନନ୍ଦ ପ୍ରଧାନ ସଭାପତିତ୍ୱ କରିଥିଲେ । ବୈଠକରେ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର କୋର କମିଟିର ସଭାପତି ନେତୃମଣ୍ଡଳୀ ସମ୍ମିଳନୀ ହୋଇ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ଦ୍ଧାରିତ ପୁନର୍ବାସ ଓ ପାରିପାଶ୍ୱିକ ଉନ୍ନୟନ କମିଟି ବୈଠକ (ଆରପିଡିଏସି) ଉପରେ ବିସ୍ତ୍ରୃତ ଚର୍ଚ୍ଚା ଆଲୋଚନା ହୋଇଥିଲା। ଦୀର୍ଘ ଦିନ ଧରି ୨୦୧୬ ମସିହାରୁ ବର୍ତ୍ତମାନ ସୁଦ୍ଧା କୌଣସି ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇନାହିଁ । ଏହି ଚାରି ବର୍ଷ ଭିତରେ ଅଧିକାରୀ ମାନଙ୍କ ଦ୍ୱାରା ବ୍ୟାପକ, ଅନିୟମିତତା, ଦୁର୍ନୀତି କାରବାର ହୋଇଛି। ସମିତି ଦୀର୍ଘ ଦିନରୁ ଏହି ବୈଠକ ଡାକିବା ପାଇଁ ଦାବୀ କରି ଆସୁଅଛି। ହେଲେ ଚଳିତ ମାସରେ ବୈଠକ ଡକାଯାଇଥିବା ବେଳେ କୋରୋନା ମହାମାରୀ ବାହାନାରେ ଅନ୍ଲାଇନ ବୈଠକ ପାଇଁ ସ୍ଥିର ହୋଇଛି। ଯାହାଦ୍ୱାରା ଏହି ବୈଠକରେ ବିସ୍ଥାପିତ ମାନଙ୍କ ସମସ୍ୟା ଠିକ ଭାବରେ ପ୍ରତିଫଳିତ ହୋଇପାରିବ ନାହିଁ ବୋଲି ମତ ଆସିଥିଲା। ଦେଶରେ ଲୋକସଭା, ବିଧାନସଭା ବୈଠକ ଅନୁଷ୍ଠିତ ହୋଇପାରିଲା, ଜିଲାରେ ଅନ୍ୟାନ୍ୟ ବୈଠକ ହୋଇପାରୁଛି ହେଲେ ଆରପିଡିଏସି ବୈଠକ ହୋଇ ପାରୁନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଲୋୟର ଇନ୍ଦ୍ର ପ୍ରକଳ୍ପରେ ୧୭ ଗୋଟି ଗାଁର ବିସ୍ଥାପିତ ଜନତା ଓ ବିସ୍ଥାପିତ ସହାୟତା ସମିତି ଦୀର୍ଘ ୨୦ ବର୍ଷ ହେଲା ବିଭିନ୍ନ କ୍ଷେତ୍ରରେ ସରକାରଙ୍କୁ ସହଯୋଗ କରିଆସୁଅଛି ଏବଂ ଏହି ସହଯୋଗ ଦ୍ୱାରା ଆଜି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଅବସ୍ଥାରେ ରହିଥିବା ବେଳେ ଏହାର ବଦଳରେ ସମିତି ବିସ୍ଥାପିତଙ୍କ ଥିବା ସମସ୍ୟା ସବୁର ସମାଧାନ ଦାବି କରିଆସିଛି। ଜିଲା ପ୍ରଶାସନ କାହା ସ୍ୱାର୍ଥରେ ଓ କାହା ଚାପରେ ଲୋୟର ଇନ୍ଦ୍ର ସହାୟତା ସମିତିକୁ ଆରପିଡିଏସି ବୈଠକରେ ପ୍ରତିନିଧିତ୍ୱ କରିବା ପାଇଁ ବାଦ ଦିଆଯାଇଛି ତାହା ତଦନ୍ତ ସାପେକ୍ଷ ଅଟେ। ସମିତିର ସଭାପତି ନିତ୍ୟାନନ୍ଦ ପ୍ରଧାନଙ୍କୁ ବ୍ୟକ୍ତିଗତ ଭାବରେ ପ୍ରତିନିଧିତ୍ୱ କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ସଂଗଠନ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରୁଥିବା ବେଳେ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ସଭାପତି, ସମ୍ପାଦକ ସହିତ ୫ ଜଣଙ୍କୁ ଆନୁଷ୍ଠାନିକ ଭାବରେ ପ୍ରତିନିଧିତ୍ୱ କରିବା ପାଇଁ ଦାବି କରାଯାଇଛି। ବିସ୍ଥାପିତଙ୍କ ସମସ୍ୟାକୁ ବୈଠକରେ ଠିକ ଭାବରେ ସ୍ଥାନିତ କରାଯାଇନାହଁ କିମ୍ବା ବିଭିନ୍ନ ସମୟରେ ବିସ୍ଥାପିତ ସଂଗଠନ ଓ ଜନତା ଦ୍ୱାରା ଦିଆଯାଉଥିବା ଦାବୀପତ୍ର ଗୁଡିକୁ ଅନୁଧ୍ୟାନ କରାଯାଇଯାଉନାହିଁ। ଏଣୁ ଏହି ବୈଠକକୁ ବାତିଲ କରାଯାଇ ନୂତନ ବୈଠକର ତାରିଖ ନିର୍ଦ୍ଧାରଣ କରାଯିବାକୁ ଆରଡିସି ବ୍ରହ୍ମପୁରଙ୍କ ପାଖରେ ଦାବୀ କରାଯାଇଛି। ନଚେତ ଆସନ୍ତା ୨୭ ତାରିଖ ଦିନ ଆଇନ ଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ ସ୍ୱରୂପ ସକାଳ ୭ ଘଣ୍ଟା ସମୟରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାତୀୟ ରାଜପଥ  ୩୫୩ର ତିଖାଲି ଛକରୁ ଝାଲକୁସୁମ ଛକ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏହାର ଏକକିତା ନକଳ ନୂଆପଡା ଜିଲାପାଳଙ୍କୁ ପ୍ରେରଣ କରାଯାଇଅଛି । ଏହି ବୈଠକରେ ଉପଦେଷ୍ଟା ଯଦୁମଣି ପାଣିଗ୍ରାହୀ, ଅମରେଶ ପଟ୍ଟନାୟକ, ଧୃବଚରଣ ଦଳ, କରୁଣାକର ହୋତା, ବିସ୍ଥାପିତ ସହାୟତା ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ, ସମ୍ପାଦକ ଗୋପିନାଥ ଗଉଡ, କୋଷାଧ୍ୟକ୍ଷ ପର୍ଶୁରାମ ପଟେଲ, କାଳୀଦାସ ସୁନାନୀ, ଉପସଭାପତି ବିଜେରାମ ମାଝୀ, ଜୟରାମ ମାଝୀ, ଟିକେରାମ ମାଝୀ, ଦୁର୍ବଳ ସଗରିଆ, ଟିକେରାମ ଦଳ, ବିଶ୍ୱନାଥ ଦଳ, ହୃଷିକେଶ ବେହେରା, ଖୁତୁ ବେହେରା, ପରେଶ୍ୱର ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ, ପୂର୍ବତନ ସରପଞ୍ଚ ପଦନ ସତନାମୀ, କର୍ଣ୍ଣ ପୁଞ୍ଜି, ଦେବାର ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories