ସମାଜ ଡିଜିଟାଲ ଡେସ୍କ: ଝାଡଖଣ୍ଡ ଦେଓଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ବସ୍-ଟ୍ରକ୍ ଧକ୍କା ଫଳରେ ୧୮ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଓଘରର ବାବା ଧାମ ନଗରୀରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ମୋହନପୁର ଥାନା ଅଞ୍ଚଳର ଜାମୁନିଆରେ ବାବା ନଗରୀରୁ ବାସୁକିନାଥ ଯାଉଥିବା ବେଳେ କାଉଡିଆ ଭର୍ତ୍ତି ଏକ ବସ୍ ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାୀ କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ସମ୍ପର୍କେୀ ବିଜେପି ସାଂସଦ ଡକ୍ଟର ନିଶିକାନ୍ତ ଦୁବେ ତାଙ୍କ ପୋଷ୍ଟରେ ସେୟାର କରି ସୂଚନା ଦେଇଛନ୍ତି । ଶ୍ରାବଣ ମାସ ଚାଲିଥିବା ବେଳେ କାଉଡିଆଙ୍କ ଏଭଳି ଭାବେ ମୃତ୍ୟୁ ହେବା ଦୁଃଖଦାୟକ ବୋଲ କୁହାଯାଇଛି ।
ସାଂସଦ କହିଛନ୍ତି ‘ମୋ ଲୋକସଭା କ୍ଷେତ୍ର ଦେଓଘରରେ ଶ୍ରାବଣ ମାସରେ କାଉଡିଆମାନେ ଯାତ୍ରା କରୁଥିବା ଏକ ବସ୍ ଟ୍ରକ୍ ସହିତ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଭୋର ୪ଟା ୩୦ମିନିଟରେ ଦୁର୍ଘଟଣା ଘଟି ୧୮ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
मेरे लोकसभा के देवघर में श्रावण मास में कांवर यात्रा के दौरान बस और ट्रक के दुर्घटनाग्रस्त होने के कारण 18 श्रद्धालुओं की मौत हो गई है । बाबा बैद्यनाथ जी उनके परिजनों को दुख सहने की शक्ति प्रदान करें
— Dr Nishikant Dubey (@nishikant_dubey) July 29, 2025



