www.samajalive.in
Saturday, December 6, 2025
15.1 C
Bhubaneswar

 ଯକ୍ଷ୍ମା ରୋଗୀଙ୍କୁ ‘ନ୍ୟୁଟ୍ରିସନାଲ କିଟ’ ବିତରଣ

ଦେବଗଡ଼ :୨୦୨୫ ମସିହା ଶେଷ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ ଦେଶ ଭାବେ ଗଢିବା ନିମନ୍ତେ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥି ନିମନ୍ତେ କ୍ରମରେ ଯକ୍ଷ୍ମା ରୋଗୀ ମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ ରୋଗୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ବିତରଣ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦେବଗଡ ଜିଲାରେ ପୁଷ୍ଟିକର କିଟ ‘ ନ୍ୟୁଟ୍ରିସନାଲ କିଟ ’ ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱତନ୍ତ୍ର ଆଗ୍ରହ କ୍ରମେ ଦେବଗଡ ଜିଲା ସ୍ୱାସ୍ଥ୍ୟ ବିଭାଗ , ଯକ୍ଷ୍ମା ବିଭାଗ ପକ୍ଷରୁ ଆଜି ଦେବଗଡ ଜିଲାର ୧୦ ଜଣ ଯକ୍ଷ୍ମାରୋଗୀଙ୍କୁ ଏହି କିଟ ପ୍ରଦାନ କରାଯାଇଛି। ଜିଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପ୍ରଭାତ ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ‘ ନ୍ୟୁଟ୍ରିସନାଲ କିଟ ’ ବିତରଣ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାଧନା ଦାଶ, ଅତିରିକ୍ତ ମୂଖ୍ୟ ଚିକିତ୍ସା ଅଧିକାରୀ ( ମେଡିକାଲ) ଡାକ୍ତର ମନୋରଞ୍ଜନ ସାମଲ ପ୍ରମୁଖ ମଂଚାସୀନ ରହି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯକ୍ଷ୍ମା ରୋଗର କାରଣ, ନିରାକରଣ ଏବଂ ନିୟମିତ ଔଷଧ ସେବନ ଉପରେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଭାବେ ଅରୁଣ କୁମାର ସାହୁ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଦର୍ଶାଇବା ସହ ଏହା ଦ୍ୱାରା ଦେବଗଡ ଜିଲା ସମେତ ସମଗ୍ର ଭାରତର ଯକ୍ଷ୍ମାରୋଗୀ ମାନେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories